fbpx
BSKY SKY
BSKY SKY

ସାମ୍ବାଦିକାଙ୍କ କଳା କାରନାମା; ଖଣି ବ୍ୟବସାୟୀଙ୍କୁ ଅପହରଣ ପରେ ନିସ୍ତୁକ ମାଡ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣି ବ୍ୟବସାୟୀଙ୍କ ଅପହରଣ କରି ନିସ୍ତୁକମାଡ଼ । ଏହି ଘଟଣାରେ ୱେବ ପୋର୍ଟାଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ଜଣକୁ ନନ୍ଦନକାନନ ଥାନା ପୁଲିସ ଗିରଫ କରିଛି । ଗିରଫ ସାମ୍ବାଦିକାଙ୍କ ନାମ ପ୍ରିୟମ୍ବଦା ନାୟକ । ଏଥିସହିତ ତାଙ୍କର ଆଉ ୩ ସହଯୋଗୀଙ୍କୁ ମଧ୍ୟ ପୁଲିସ ଅଟକ ରଖୁଛି । ତେବେ ଏଥିରେ ସମ୍ପୃକ୍ତି ରହିଥିବା ଆଉ ୧୦ ଅଭିଯୁକ୍ତ ଫେରାର ହୋଇ ଯ।ଇଛନ୍ତି । ସେମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରୁଛି । ଅଭିଯୋଗ ଅନୁସାୟୀ ବଡବିଲର ଖଣି ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁ ଓ ତାଙ୍କ ସହଯୋଗୀଙ୍କୁ ଅଭିଯୁକ୍ତମାନେ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିଥିଲେ । ସେ ମନା କରିବାରୁ ଅଭିଯୁକ୍ତମାନେ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସହଯୋଗୀଙ୍କୁ ଗତ ୫ତାରିଖରେ ଅପହରଣ କରିନେଇଥିଲେ।

ଏହାପରେ ରଘୁନାଥପୁରରେ ଏକ ନିକାଞ୍ଚନ ଘରେ ଅଟକ ରଖି ପରିବାରଲୋକଙ୍କ ଠାରୁ ୨ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଏଭଳି ଭାବେ ଗୋଟିଏ ଘରେ ବନ୍ଦୀ କରି ଅକଥନୀୟ ଅତ୍ୟାଚାର କରିଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ। ତେବେ ପରିବାରଲୋକେ ମୁଣ୍ଡଜାମିନ୍ ବାବଦରେ ୫୦ହଜାର ଟଙ୍କା ମଧ୍ୟ ଦେଇଥିଲେ। ତଥାପି ବ୍ୟବସାୟୀଙ୍କୁ ଅଭିଯୁକ୍ତମାନେ ମାଡ଼ ମାରି ରକ୍ତାକ୍ତ କରି ଦେଇଥିଲେ। ତେବେ କୌଶଳକ୍ରମେ ଅଭିଯୁକ୍ତଙ୍କ କବଳରୁ ଖସି ଆସି ନନ୍ଦନକାନନଥାନାରେ ଅଭିଯୋଗ କରିଥିଲେ। ପୁଲିସ ଚଢ଼ଉ କରି ୪ଜଣକୁ ଧରିବା ସହ ଥାନାକୁ ଆଣି ପଚରାଉଚରା କରୁଛି।

Get real time updates directly on you device, subscribe now.