fbpx
BSKY
BJD MC SKY
BJD YOUTH SKY

କାର ପାର୍କ କରି କରୁଥିଲେ ରୋମାନ୍ସ,କାର ଚୋରି ହେବା ସହ କପଡା ମଧ୍ୟ…

କାରରେ ରୋମାନ୍ସ କରିବା ପଡିଲା ମହଙ୍ଗା । କାର ସହ ଗଲା କପଡା । ଗୋଟିଏ ପ୍ରେମୀ ଯୁଗଳ ତାଙ୍କ କାରରେ ବସି କିଛି ବ୍ୟକ୍ତିଗତ ମୁହୂର୍ତ୍ତ ବିତାଉଥିବା ବେଳେ ତାଙ୍କ ସହିତ କିଛି ଏଭଳି ଘଟଣା ଘଟିଛି ଯାହା ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯାହା ସୂଚନା ମିଳୁଛି ଏହି ପ୍ରେମୀ ଯୁଗଳ ତାଙ୍କ ଗାଡି ପାର୍କ କରି କିଛି ଅନ୍ତରଙ୍ଗ ସମୟ ବିତାଉଥିବା ବେଳେ ହଠାତ କିଛି ଅପରାଧୀଙ୍କ ନଜର ତାଙ୍କ ଉପରେ ପଡିଥିଲା । ଏହାପରେ ସେହି ଅପରାଧୀମାନେ ପ୍ରେମୀ ଯୁଗଳଙ୍କର ପର୍ସ,ମୋବାଇଲ, ଟଙ୍କା ହରିଲୁଟ କରି ଦେଇଥିଲା । କେବଳ ଏତିକି ନୁହେଁ ଏହା ସହିତ ସେ ସେହି ଯୋଡିଙ୍କର କପଡା ମଧ୍ୟ ନେଇ ଯାଇଥିଲା ।

ତେବେ ଏହି ଘଟଣା ୧୭ ଅଗଷ୍ଟ ରେ ବ୍ରାଜିଲରେ ଘଟିଥିଲା । କିନ୍ତୁ ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇାରାଲ ହେଉଛି । ଅପରାଧୀ ମାନଙ୍କର ଏକ ଦଳ ପ୍ରେମୀ ଯୁଗଳଙ୍କ ପାଖକୁ ଆସି ତାଙ୍କ ଠାରୁ ଟଙ୍କା ଆଉ ପର୍ସ ଚୋରି କରି ନେବା ସହିତ ତାଙ୍କର କପଡା ଆଉ ଗାଡି ମଧ୍ୟ ନେଇ ଯାଇଥିଲେ। ଗାଡି ନେବା ସହ ଅପରାଧୀ ମାନେ ସେହି ଯୋଡିଙ୍କ କପଡା ମଧ୍ୟ ନେଇଯାଇଥିଲେ । ଏବଂ କିଛି ଦୁରରେ ଯାଇ କପଡାକୁ ଗାଡି ଝରକା ମାଧ୍ୟମରେ ତଳକୁ ଫିଙ୍ଗି ଦେଇଥିଲେ । ତେବେ ଏହାର କିଛି ଭିଡିଓ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ଉଭୟ ପୁଅ ଏବଂ ଝିଅକୁ ବିନା କପଡାରେ ଦେଖିବାକୁ ମିଳିଥିଲା ।

ଏହା ପରେ ପୋଲିସ ଏହି ଘଟଣାର ତଦନ୍ତ କରିବା ସହିତ ଏକ ମାମଲା ରୁଜୁ କରିଛି । ସୂଚନାମୁତାବକ ବ୍ରାଜିଲରେ କୌଣସି ସ୍ଥାନରେ ଏଭଳି ଗାଡି ପାର୍କ କରି ରୋମାନ୍ସ କରିବା ମଧ୍ୟ ବେଆଇ ଅଟେ । ଏଥିପାଇଁ ସେହି ପ୍ରେମୀଯୁଗଳ ମାନଙ୍କୁ ମଧ୍ୟ ଅର୍ଥରାଶି ଜୋରିମାନ ଦେବାକୁ ପଡିବା ସହିତ କାରଦଣ୍ଡ ମଧ୍ୟ ହୋଇପାରେ ।

Get real time updates directly on you device, subscribe now.