fbpx

ଫ୍ୟାନ୍ସଙ୍କୁ ଦିୱାନା କଲା ସନ୍ନି ଲିୟୋନୀଙ୍କ ଦେଶୀ ଲୁକ୍, ସୋସିଆଲ ମିଡ଼ିଆରେ ଫୋଟ ଭାଇରାଲ

ମୁମ୍ବାଇ: ବି ଟାଉନରେ ଅନେକ ଚର୍ଚ୍ଚା ସାଉଁଟିଥିବା ଅଭିନେତ୍ରୀ ସନ୍ନି ଲିୟୋନୀ ସୋସିଆଲ ମିଡିଆରେ ପୁଣିଥରେ ନିଜ ଫ୍ୟାନ୍ସ ଙ୍କୁ ଦିୱାନା ବନାଇ ଦେଇଛନ୍ତି | ସବୁବେଳେ ବୋଲଡ ଲୁକରେ ନଜର ଆସୁଥିବା ସନ୍ନିଙ୍କୁ ସୋସିଆଲ ମିଡ଼ିଆରେ ପୁରା ଦେଶୀ ଅନ୍ଦାଜରେ ଦେଖିବାକୁ ମିଳିଛି | ଅଭିନେତ୍ରୀଙ୍କ ଏହି ଭିନ୍ନ ଲୁକ୍ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି | ନିକଟରେ ଗଣେଶ ଚତୁର୍ଥୀରେ ସନ୍ନି ଏଥନିକ ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ ଯାହାର ଫୋଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଫୋଟରେ ସନ୍ନି ଗୋଲାପୀ ରଙ୍ଗର କୁର୍ତ୍ତୀ ସାଙ୍ଗକୁ ଶରାରା ପିନ୍ଧିଥିବାର ନଜର ଆସିଥିଲେ। ପିଙ୍କ ଡ୍ରେସ ସାଙ୍ଗକୁ ନର୍ମାଲ ମେକପରେ ସନ୍ନିଙ୍କ ଏହି ଦେଶୀଗାର୍ଲ ଲୁକକୁ ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ଲାଇକ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି । ତେବେ କେବଳ ସନ୍ନି ନୁହେଁ ତାଙ୍କ ସ୍ୱାମୀ ଡାନିଏଲ ୱେବରଙ୍କୁ ମଧ୍ୟ ଫୋଟରେ ସମ୍ପୂର୍ଣ୍ଣ ଭାରତୀୟ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଗଣେଶ ଚତୁର୍ଥୀ ଅବସରରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହ ଗଣପତିଙ୍କ ଆରାଧନା କରିଥିଲେ।

ତେବେ ଅଭିନେତ୍ରୀ ସନ୍ନି ଲିୟୋନୀ ଖୁବ୍ ଶୀଘ୍ର ପ୍ରସିଦ୍ଧ କୋରିଓଗ୍ରାଫର ତଥା ଚଳଚ୍ଚିତ୍ର ନିର୍ମାତା ରେମୋ ଡି’ସୁଜାଙ୍କ ସହ ଏକ ମ୍ୟୁଜିକ୍ ଆଲବମରେ ନଜର ଆସିବେ |’ନାଚ୍ ବେବି’ ନାମକ ଏହି ମ୍ୟୁଜିକ୍ ଭିଡିଓ ୬ ସେପ୍ଟେମ୍ବରରେ ରିଲିଜ ହେବ | ଏହି ଭିଡିଓରେ ସନ୍ନିଙ୍କ ହଟ୍ ଲୁକ ସହ ତାଙ୍କ ଦମଦାର ଡ୍ୟାନ୍ସ  ଦେଖିବାକୁ ମିଳିବ |

Get real time updates directly on you device, subscribe now.