fbpx
BJD
BJD SKY
BJD SKY

(Video) ସତ ହେଉଛି ମାଳିକାବାଣୀ, ମଣିଷ ଖାଇବା ପାଇଁ ହୀରାକୁଦରୁ ବାହାରି ଆସିଛି ବଉଳା କୁମ୍ଭୀର: ଧ୍ୱଂସ ପାଇବ ସୃଷ୍ଟି!

ହୀରାକୁଦ ବନ୍ଧରେ ଦେଖା ଦେଇଛି ମଣିଷ ଖିଆ ବଉଳା କୁମ୍ଭୀର । ଇଏ ସେଇ ମାଳିକାରେ ଲେଖାଥିବା ବଉଳା କୁମ୍ଭୀର । ଯିଏ ଶୋଉଛି କମ୍ କିନ୍ତୁ ଖାଉଛି ଅଧିକା । ହଠାତ୍ ଦେଖାଦେତ୍ପୁଣି କେଉଁଆଡେ ଉଭାନ ହୋଇଯାଉଛି ଏହି କୁମ୍ଭୀର । ମାଳିକାରେ ବର୍ଣ୍ଣିତ ଥିବା କଥା ଅନୁସାରେ କଲିଯୁଗ ଶେଷରେ ଭାଙ୍ଗଯିବ ହୀରାକୁଦ ବନ୍ଧ । କିନ୍ତୁ ଭାଙ୍ଗବା ଆଗରୁ ଅନେକ ଗୁଡିଏ ସଂକେତ ଦେଖାଦେବ ଆଉ ଅନେକ ଗୋଡିଏ ଅଘଟଣ ମଧ୍ୟ ଘଟିବ । ମାଳିକା ବଚନରେ ଲେଖାଥିବା ଏହି କଥାସବୁ ଏବେ ଧିରେ ଧୀରେ ସତ ହେଉଛି । ତେଣୁ ଅତି ଶୀଘ୍ର କଳିଯୁଗ ଶେଷ ହେବା ସହ ପୃଥିବୀ ଧ୍ୱଂସ ପାଇବ ବୋଲି ଆଲୋଚନା ହେଉଛି ।

ମାଳିକାରେ ଲେଖା ଥିଲା ଓଡିଶା ପ୍ରଦେଶ ହୋଇବ ଜଳ ପ୍ରଳୟ, ଭାସିବ ରାଇଜ ସ୍ଥିତି ହେବ ଅସମ୍ଭାଳ …ହୀରାକୁଦ ବନ୍ଧ ଦିନେ ଉଛୁଳିବ ସାରା ରାଇଜକୁ ପାଣିରେ ବୁଡାଇ ଲୋକଙ୍କୁ କଲବଲ କରି ମାରିବ … । ମାଳିକାର ଏହି ବାଣୀ ଏବେ ଧିରେ ଧିରେ ସତ ହେଉଥିବା ଦେଖାଯାଉଛି । ଚଳିତବର୍ଷ ବର୍ଷା ଆରମ୍ଭ ନ ହେଉଣୁ ମହାନଦୀରେ ବଢିଚାଲିଛି ଜଳସ୍ତର । ହୀରାକୁଦ ଜଳ ଭଣ୍ଡାରରେ ମଧ୍ୟ ଏବେ ଅଦିନରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । କଳି ଯୁଗ ଶେଷରେ ଯେଉଁସବୁ ଘଟଣା ଘଟିବ ବୋଲି ମାଳିକାରେ ଲେଖାଯାଇଛି, ପତ୍ୟେଖଟି ଘଟଣା ଅକ୍ଷରେ ଅକ୍ଷରେ ଏବେ ଦେଖିବା ପାଇଁ ମିଳୁଛି । ହୀରାକୁଦ ଡ୍ୟାମରେ ଏକ ମହାବଳ କୁମ୍ଭୀର ଏବେ ଲୋକମାନଙ୍କୁ ଖୋଜି ଖୋଜି ମାରୁଥିବା ଶୁଣିବାକୁ ମିଳିଛି । ଅନେକ ଲୋକଙ୍କୁ କିଛି ସମୟ ପାଇଁ ଦେଖା ଦେଇ ପୁଣି କେଉଁଆଡେ ଗାଏବ ହୋଇଯାଉଛି ଏହି ବିଶାଳ କୁମ୍ଭୀର । ତେବେ ଏହି କୁମ୍ଭୀର ମାଳିକାରେ ଲେଖାଥିବା ସେହି କୁମ୍ଭୀର ନୁହେଁତ? ଏମିତି ଅନେକ ପ୍ରଶ୍ନ ଏବେ ଲୋକଙ୍କୁ ଘାରିଛି ।

ତେବେ ମାଳିକାରେ ବର୍ଣ୍ଣିତ ଥିବା କଥା ଅନୁସାରେ କଲିଯୁଗ ଶେଶରେ ଭାଙ୍ଗଯିବ ହୀରାକୁଦ ବନ୍ଧ । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏହା ମଧ୍ୟ ଖୁବଶୀଘ୍ର ଘଟିପାରେ ବୋଲି ଆଶଙ୍କା କରାଯାଉଛି । ଅଳ୍ପ ଦିନ ମଧ୍ୟରେ ଶେଷ ହୋଇଯିବ କଳିଯୁଗ ଏବଂ ଧ୍ୱଂସ ପାଇଯିବ ଏହି ସୁନ୍ଦର ପୃଥିବୀ । ଯାହାକୁ ନେଇ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି କାହିଁକି ନା ହୀରାକୁଦ ଜଳ ଭଣ୍ଡାର ଭାଙ୍ଗିଗଲେ ବୁଡି ଯିବ ସାରା ଓଡିଶା । ଏହାପରେ ଆହୁରି କିଛି ରାଜ୍ୟ ମଧ୍ୟ ଏହାର କବଳରେ ଆସିପାରେ ।

Get real time updates directly on you device, subscribe now.