fbpx

ଦିନିକିଆ ବିଶ୍ୱକପରୁ ବାଦ୍ ପଡ଼ିବେ ନିଜେ ଅଧିନାୟକ: ଚୟନକର୍ତ୍ତା ଦେଲେ ସୂଚନା

ନୂଆଦିଲ୍ଲୀ: ଆଗକୁ ଆସୁଛି ଦିନିକିଆ ବିଶ୍ୱକପ-୨୦୨୩ । ବିଶ୍ୱବିଜେତାର ଟାଇଟଲ ଜିତିବା ପାଇଁ ସବୁ ଦଳ ଏବେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରି ସାରିଛନ୍ତି । ତେବେ ଏହା ଭିତରେ ଆସିଛି ଏକ ଦୁଃଖଦ ଖବର । ବିଶ୍ୱକପ ଖେଳିବା ପାଇଁ ଅଧିନାୟକଙ୍କୁ ହିଁ ବାରଣ ହୋଇପାରେ । ଏହି ଦିନିକିଆ ବିଶ୍ୱକପରେ ଅଧିନାୟକଙ୍କ ବିନା ହିଁ ମଇଦାନକୁ ଓହ୍ଲାଇପାରେ ଚମ୍ପିଆନ ଟିମ୍ । ତେବେ ଦଳ ତରଫରୁ ବିଶ୍ୱକପ ପାଇଁ ନୂଆ ଅଧିନାୟକ ଚୟନ କରିପାରେ । କିନ୍ତୁ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଦିନିକିଆ ଦଳ ପାଇଁ କାଠିକର ପାଠ ହୋଇପାରେ ବିଶ୍ୱକପ ଜିତିବା ।

ବିଶ୍ୱକପ ପୂର୍ବରୁ ଭାରତ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ ଦଳ । ଏହି ସିରିଜ ପାଇଁ ଦଳର ନେତୃତ୍ୱ ପ୍ୟାଟ କମିନ୍ସଙ୍କ ହାତରେ ଦେଇଛି ଟିମ୍ ମ୍ୟାନେଜମେଣ୍ଟ । କିନ୍ତୁ ଏହାସହିତ ଅଧିନାୟକଙ୍କ ଆହତ ସମସ୍ୟାକୁ ନେଇ ମଧ୍ୟ ସୂଚନା ଦିଆଯାଇଛି । ବାମ ହାତରେ ଫ୍ରାକଚର ଯୋଗୁଁ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଆହତ ଯୋଗୁଁ ପ୍ୟାଟ କମିନ୍ସଙ୍କୁ ପ୍ରାୟ ୬ ସପ୍ତାହ ପାଇଁ କ୍ରିକେଟରୁ ଦୂରେଇ ରହିବା ପାଇଁ କୁହାଯାଇଛି । ଅଷ୍ଟ୍ରେଲିଆ ଦଳର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲୀ ପ୍ୟାଟ କମିନ୍ସଙ୍କ ଆହତକୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବାମ ହାତ ପାପୁଲିରେ ଫ୍ରାକଚର ଯୋଗୁଁ ଆସନ୍ତା ୬ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବେ କମିନ୍ସ । ବର୍ତ୍ତମାନ ତାଙ୍କୁ ଆରାମର ଆବଶ୍ୟକତା ଥିବା ବେଳେ ବିଶ୍ୱକପ ସମୟରେ ମଧ୍ୟ ତାଙ୍କୁ ବିଶ୍ରାମ ମିଳିବା ଆବଶ୍ୟକ ବୋଲି ଚୟନକର୍ତ୍ତା ସୂଚନା ଦେଇଛନ୍ତି ।

ଅଷ୍ଟ୍ରେଲିଆ ଦଳ: ପ୍ୟାଟ କମିନ୍ସ(ଅଧିନାୟକ), ଶନ୍ ଆବୋଟ, ଏଷ୍ଟନ ଅଗର, ଆଲେକ୍ସ କ୍ୟାରୀ, ନାଥନ ଏଲିସ, କ୍ୟାମରନ୍ ଗ୍ରୀନ, ଏରନ୍ ହାର୍ଡି, ଜୋସ୍ ହାଜେଲଉଡ, ଟ୍ରାଭିସ ହେଡ, ଜୋସ ଇଂଗ୍ଲିସ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ତନବୀର ସାଂଘା, ଷ୍ଟିଭ ସ୍ମିଥ, ମିଚେଲଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡାଭିଡ ୱାର୍ଣ୍ଣର ଏବଂ ଆଡମ ଜାମ୍ପା ।

Get real time updates directly on you device, subscribe now.