fbpx
BJD
BJD SKY
BJD SKY

Video: ଏଲ୍‌ଓସି ପାର୍ କରୁଥିବା ସମୟରେ ଭାରତୀୟ ସେନା ହାତରେ ଧରା ପଡ଼ିଲେ ପାକିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ, ଗୋଟିଏ ପଟେ ଦେଶରେ ଲୋକେ ଖାଇବାକୁ ପାଉନଥିବା ବେଳେ, ଅନ୍ୟ ପଟେ ଭାରତକୁ ଆତଙ୍କବାଦୀ ପଠାଇ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଲାଇନ୍ ଅଫ କଣ୍ଟ୍ରୋଲ(ଏଲ୍‌ଓସି) ପୁଞ୍ଚ ସେକ୍ଟର ନିକଟରେ ସୋମବାର ଦୁଇ ପାକିସ୍ତାନୀ ଆତଙ୍କବାଦୀ ଘନ ଜଙ୍ଗଲର ଅନ୍ଧାରୁଆ ସ୍ଥାନ ଦେଖି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟର ଭିଡିଓ ରିଲିଜ କରିଛି ଭାରତୀୟ ସେନା। ସୀମାରେ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବା ପାଇଁ ସେନା ଦ୍ୱାରା ଲଗାଯାଇଥିବା ଥର୍ମାଲ କ୍ୟାମେରା ଏହି ଦୃଶ୍ୟ ରେକର୍ଡ ହୋଇଛି।

ଏହିସମୟରେ ସେନା କାର୍ଯ୍ୟାନୁଷ୍ଠାନ ନେଇ ଦୁଇ ହିଜବୁଲ ମୁଜାହିଦିନ ଆତଙ୍କୀଙ୍କୁ ଗୁଳି କରିଥିଲେ, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସେ ବାଗିଲାଦ୍ରା ପୁଞ୍ଚର ବାସିନ୍ଦା ମୁନିର୍ ହୁସେନ୍ ବୋଲି ଜଣା ପଡିଛି। ତେବେ ଅନ୍ୟ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

ହିଜବୁଲ ମୁଜାହିଦ୍ଦିନର ଡିଭିଜନ୍ କମାଣ୍ଡର, ହୁସେନ୍ ଅସ୍ତ୍ରଶସ୍ତ୍ର ତାଲିମ ପାଇଁ ୧୯୯୩ ରେ ପାକିସ୍ତାନ ଅକ୍ତିଆର ହୋଇଥିବା କାଶ୍ମୀର (ପିଓକେ) କୁ ଯାଇ ୧୯୯୬ ରେ ଫେରିଥିଲେ ଏବଂ ୧୯୯୮ରେ ପୁନର୍ବାର ପିଓକେ କୁ ଫେରିଥିଲେ ବୋଲି ସେନା କହିଛି। ସୁରକ୍ଷା ବାହିନୀ ଉପରେ ହୋଇଥିବା ଅନେକ ଆକ୍ରମଣ ପଛରେ ସେ ମାଷ୍ଟରମାଇଣ୍ଡ ଥିଲା ଏବଂ ମୋୖଲାନା ଦାଉଦ କାଶ୍ମୀରର ଜଣେ ସହଯୋଗୀ ଥିଲା, ଯିଏକି ହିଜବୁଲ ମୁଜାହିଦ୍ଦିନର ପ୍ରତିଷ୍ଠାତା ସୟଦ ସଲାଉଦ୍ଦିନଙ୍କ ଘନିଷ୍ଠ ସହଯୋଗୀ ରହିଥିଲା।

Get real time updates directly on you device, subscribe now.