fbpx
BJD
BJD SKY
BJD SKY

(Video) ଫେରି ଆସିଲେ କି ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତ? Instagramରେ ଭାଇରାଲ ହେଉଛି ଏହି ଭିଡିଓ

ମୁମ୍ବାଇ: ବଲିଉଡ ସିନେ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତ । ଦିନେ ଲକ୍ଷ ଲକ୍ଷ ଝିଅଙ୍କ କ୍ରସ୍ ଥିଲେ ସୁଶାନ୍ତ । କିନ୍ତୁ ୨୦୨୦ ଜୁନ୍ ୧୪ ତାରିଖରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଦମଦାର ଅଭିନୟ ସାଙ୍ଗକୁ କିଲର ଲୁକ୍ ପାଇଁ ସେ ଖୁବ କମ୍ ସମୟରେ ଦେଶର ଅନେକ ସିନେପ୍ରେମୀଙ୍କ ହୃଦୟରେ ରାଜ୍ କରିପାରିଥିଲେ । ତେଣୁ ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ କିଛି ଫ୍ୟାନ୍ସ ଏଯାଏଁ ଗ୍ରହଣ କରି ପାରିନାହାନ୍ତି । ତେବେ ତାଙ୍କ ମୃତ୍ୟୁକୁ ୩ ବର୍ଷ ବିତି ଯାଇଥିଲେ ବି ବର୍ତ୍ତମାନ କିଛି ଭିଡିଓ ଇନଷ୍ଟାଗ୍ରାମରେ ଖୁବ ଭାଇରାଲ ହେବାରେ ଲାଗିଛି । ସୁଶାନ୍ତଙ୍କ ଚେହେରାରେ ଜଣେ ଯୁବକ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି ।

ଇନଷ୍ଟାଗ୍ରାମରେ ଡୋମିନ ଆର୍ୟନ ନାମକ ଜଣେ ଯୁବକ ଏବେ ସୁଶାନ୍ତଙ୍କ ସ୍ମୃତିକୁ ମନେ ପକାଇ ଦେଇଛନ୍ତି । ଆର୍ୟନ ଦେଖିବା ପାଇଁ ଅବିକଳ ସୁଶାନ୍ତଙ୍କ ଭଳି ଏବଂ ତାଙ୍କ ଏକ୍ସପ୍ରେସନ ମଧ୍ୟ ସୁଶାନ୍ତଙ୍କ ସହିତ ଖୁବ ସାମଞ୍ଜସ୍ୟ ରହୁଛି । ତାଙ୍କର ଭିଡିଓ ଏବେ ଡିଜିଟାଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଆର୍ୟନ ନିଜ ଇନଷ୍ଟାଗ୍ରାମ ପେଜରେ ସୁଶାନ୍ତଙ୍କ ଗୀତ ଏବଂ ତାଙ୍କର ସିନ୍ ଗୁଡ଼ିକରେ ରିଲ କରି ତାଙ୍କ ସ୍ମୃତିକୁ ଆଉ ଥରେ ରିକ୍ରିଏଟ କରିବା ପାଇଁ ଚେଷ୍ଟା କରୁଛନ୍ତି । ଅନେକ ଭିଡିଓରେ ଆର୍ୟନଙ୍କ ଲୁକ୍ ସୁଶାନ୍ତଙ୍କ ସହ ଖୁବ ମେଳ ଖାଉଥିବା ମଧ୍ୟ ଦେଖାଯାଉଛି । ସୁଶାନ୍ତଙ୍କୁ ମନେ ପକାଇ ଲକ୍ଷ ଲକ୍ଷ ୟୁଜର ବର୍ତ୍ତମାନ ଆର୍ୟନଙ୍କୁ ଫଲୋ ମଧ୍ୟ କରୁଛନ୍ତି । ତେବେ ଆର୍ୟନଙ୍କୁ ଦେଖି କିଛି ୟୁଜର ତାଙ୍କୁ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା କହୁଛନ୍ତି ତ ଆଉ କିଛି ଲୋକ ତାଙ୍କୁ ସୁଶାନ୍ତଙ୍କ ଯାଆଁଳା ଭାଇ ବୋଲି ମନ୍ତବ୍ୟ ଦେଇଛନ୍ତି ।

 

View this post on Instagram

 

A post shared by donim_aYAAn1513 (@donim.ayaan1513)

ମେଗା ଧାରାବାହିକ ‘ପବିତ୍ର ରିସ୍ତା’ରୁ ନିଜର ଏକ ସ୍ୱତନ୍ତ୍ର ଫ୍ୟାନବେସ୍ ସୃଷ୍ଟି କରିଥିବା ସୁଶାନ୍ତ ବଲିଉଡ ସିନେମାରେ ବେଶ୍ ଲୋକପ୍ରିୟତା ପାଇଥିଲେ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକ୍ ‘MS Dhoni- ଦ ଅନଟୋଲ୍ଡ ଷ୍ଟୋରୀ’ରୁ ଲୋକମାନଙ୍କ ମଧ୍ୟରେ ତାଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ଏହାପରେ ‘କାଏ ପୋ ଚେ’, ‘ଛିଛୋରେ’ ଭଳି ଅନେକ ସିନେମାରେ ଅଭିନୟ କରି ସେ ସୁପରଷ୍ଟାର ପାଲଟି ଯାଇଥିଲେ । କିନ୍ତୁ ତାଙ୍କର ଅଚାନକ ଆତ୍ମହତ୍ୟା ଘଟଣା ସାରା ସିନେ ଦେଶକୁ ଶୋକର ସାଗରରେ ବୁଡ଼ାଇ ଦେଇଥିଲା । ମୃତ୍ୟୁର ୩ ବର୍ଷ ପରେ ମଧ୍ୟ ସୁଶାନ୍ତ ଏବେ ବି ଲୋକଙ୍କ ହୃଦୟରେ ଜୀବିତ ରହିଛନ୍ତି ।

Get real time updates directly on you device, subscribe now.