fbpx

‘ବର୍ଷ ପରେ ଏଥର ବିଶ୍ୱକପ ଆମେ ଜିତିବୁ…’ World Cup ଟ୍ରଫି ଧରି ହୁଙ୍କାର ଦେଲେ ଅଧିନାୟକ ରୋହିତ

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଦୀର୍ଘ ୧୨ ବର୍ଷ ପରେ ଭାରତରେ ପୁଣିଥରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି । ତେଣୁ ଭାରତ ଚଳିତବର୍ଷ ବିଶ୍ୱବିଜେତା ହେବାର ଅଧିକ ସମ୍ଭାବନା ରହିଛି । ଦେଶର କୋଟି କୋଟି ଲୋକ ବିଶ୍ୱକପ ଜିତିବା ଆଶାରେ ଅପେକ୍ଷା କରି ରହିଛନ୍ତି । ତେବେ ଏହା ଭିତରେ ଅଧିନାୟକ ରୋହିତ ଶର୍ମାଙ୍କର ଏକ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଦିନିକିଆ ବିଶ୍ୱକପ-୨୦୨୩ ଟ୍ରଫିକୁ ଧରି ରୋହିତ ବିଶ୍ୱକପ ପାଇଁ ରଣହୁଙ୍କାର ଦେଇଛନ୍ତି ।

କୋଟି କୋଟି ଭାରତୀୟଙ୍କ ସମର୍ଥନ ଏଥର ଭାରତୀୟ ଦଳକୁ ବିଶ୍ୱକପ ଜିତିବାରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ରୋହିତ ଶର୍ମା । ସେ କହିଛନ୍ତି ଯେ, ବିଶ୍ୱକପକୁ ପୂର୍ବରୁ ମୁଁ ଏତେ ପାଖରୁ କେବେ ଦେଖି ନଥିଲି । ଭାରତ ୨୦୧୧ରେ ବିଶ୍ୱକପ ଜିତିଥିଲା । କିନ୍ତୁ ମୁଁ ସେତେବେଳେ ଦଳର ସଦସ୍ୟ ନଥିଲି । ଏହି ଟ୍ରଫି କୁବ ସୁନ୍ଦର ଏବଂ ଏଥିରେ ଅନେକ ସ୍ମୃତି, ଅତୀତ ଏବଂ ଇତିହାସ ଯୋଡ଼ି ହୋଇ ରହିଛି । ଆମେରିକାରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ଶେଷ ୨ଟି ମ୍ୟାଚ ଖେଳିବାକୁ ପହଞ୍ଚିଥିବା ରୋହିତ କହିଛନ୍ତି ଯେ, ଏହା ଖୁବ ସୁନ୍ଦର ଏବଂ ଏଥର ଆମେ(ଭାରତ) ହିଁ ଏହାକୁ ଜିତିବ ବୋଲି ଆଶା କରୁଛୁ ।

ଏହାପରେ ଟିମ ଇଣ୍ଡିଆର ଅଧିନାୟକ କହିଛନ୍ତି ଯେ, ୨୦୧୧ ବିଶ୍ୱକପ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର ଅଭିଜ୍ଞତା ରହିଥିଲା । ଦଳରେ ସୁଯୋଗ ମିଳି ନଥିବାରୁ ଦୁଃଖ ଲାଗିଥିଲା । ତେଣୁ ବିଶ୍ୱକପ ନ ଦେଖିବା ପାଇଁ ସ୍ଥିର କରିଥିବା କହିଛନ୍ତି ରୋହିତ । କିନ୍ତୁ ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ ସାଙ୍ଗକୁ ବିଶ୍ୱକପ ଜିତିବାର ଆଶା ବଢିଯିବା ପରେ ସେ ସମ୍ପୂର୍ଣ୍ଣ ମ୍ୟାଚ ଦେଖିଥିଲେ । ତେବେ ୧୨ ବର୍ଷ ପରେ ପୁଣିଥରେ ଭାରତ ବିଶ୍ୱକପ ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ପାଇଛି । ତେଣୁ ଭାରତ ଏହିବର୍ଷ ପୁଣିଥରେ ବିଶ୍ୱବିଜେତା ହୋଇପାରେ ବୋଳି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.