fbpx
BJD
BJD SKY
BJD SKY

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସୁଭାଶିଷ ତାଳପତ୍ର

ଭୁବନେଶ୍ୱର: ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଜଷ୍ଟିସ ସୁଭାଶିଷ ତାଳପତ୍ର । ଆସନ୍ତାକାଲି ସେ ହାଇକୋର୍ଟର ନୂଆ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ । ବର୍ତ୍ତମାନର ମୁଖ୍ୟ ବିଚାରପତି ଡ଼. ଏସ. ମୁରଲୀଧରଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ସୁଭାଶିଷ ତାଳପତ୍ର । ଚଳିତ ମାସ ୮ ତାରିଖରୁ ଶପଥ ଗ୍ରହଣ କରି ସେ ଆସନ୍ତା ଅକ୍ଟୋବର ୩  ତାରିଖ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି ।

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ପଡୁଥିବାରୁ ଜଷ୍ଟିସ ସୁଭାଶିଷ ତାଳପତ୍ରଙ୍କ ନାମକୁ ଅନୁମୋଦନ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ । ଏହି ଅନୁମୋଦନ କ୍ରମେ ଆସନ୍ତାକାଲି ଓଡିଶା ହାଇକୋର୍ଟ ପରିସରରେ ରାଜ୍ୟପାଳ ଶ୍ରୀ ଗଣେଶୀଲାଲ ଜଷ୍ଟିସ ତାଳପତ୍ରଙ୍କୁ ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇବେ ।  ତେବେ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ତାଳପତ୍ର ଆସନ୍ତା ଦୁଇ ମାସ ପାଇଁ ଏହି ଦାୟିତ୍ୱ ବହନ କରିବେ । କାରଣ ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ସେ ୬୨ ବର୍ଷରେ ପଦାର୍ପଣ କରି ତାଙ୍କର ଅବସର ଗ୍ରହଣ କରିବେ ।

ତ୍ରିପୁରାର ଉଦୟପୁର ଠାରେ ୧୯୬୧ ମସିହା ଅକ୍ଟୋବର ୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର । କଲିକତା ବିଶ୍ବବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକ ହାସଲ କରିବା ପରେ ୧୯୯୦ରୁ ସେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ଭଳି ବାର କାଉନସିଲର ସଦସ୍ୟ ଥିଲେ । ଏହା ପରେ ୨୦୧୧ରେ ସେ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଅନ୍ୟପଟେ ୨୦୧୨ ଜୁନ ୧୦ ତାରିଖରୁ ଆଜି ଯାଏଁ ସେ ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ ମଧ୍ୟ କରି ଆସିଛନ୍ତି ।

Get real time updates directly on you device, subscribe now.