fbpx
BJD
BJD SKY
BJD SKY

(Video) ସମୁଦ୍ରରେ ବୁଲୁଛି ଅଭିଶପ୍ତ ଜାହାଜ: ଆପେ ଆପେ ମଝି ସମୁଦ୍ରରୁ ଗାଏବ ହେଉଛନ୍ତି ଲୋକ

ଅଭିଶପ୍ତ ଜାହାଜର ରୋଚକ କାହାଣୀ । ୪୦୦ ବର୍ଷ ହେଲାଣି ସମୁଦ୍ର ଭିତରେ ଘୁରି ବୁଲୁଛି ଭୂତ ଜାହାଜ । ଯିଏ ଏହି ଜାହାଜକୁ ଦେଖିବ ତାହାର ହେବ ମୃତ୍ୟୁ । ଆପଣମାନେ କେବେ ନା କେବେ ଡଚମ୍ୟାନ ସିପ୍ ବାବଦରେ ନିଶ୍ଚିନ୍ତ ଶୁଣିଥିବେ । ଯଦି ଶୁଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ବାବଦରେ କହିବୁ । କୁହାଯାଏ ଯେ ଏହା ହେଉଛି ଏକ ଅଭିଶପ୍ତ ଜାହାଜ । ଏହି ଜାହାଜ ଦୀର୍ଘ ୪୦୦ ବର୍ଷ ହେଲା ଅଭିଶପ୍ତ ହୋଇ ସମୁଦ୍ର ଭିତରେ ଘୂରି ବୁଲୁଛି ।

ଏହି ଅଭିଶପ୍ତ ଜାହାଜକୁ ନେଇ କିଛି ରୋମାଞ୍ଚକର କାହାଣୀ ବି ଶୁଣିବାକୁ ମିଳିଥାଏ । ଏହି ଜାହାଜକୁ ଦେଖିଥିବା ଲୋକଙ୍କ ପାଇଁ ଅଶୁଭ ହୋଇଥାଏ । କୁହାଯାଏ ଯେ ସମୁଦ୍ର ଭିତରେ କେହି ଯଦି ଏହି ଜାହାଜକୁ ଦେଖିନିଏ ତେବେ ସେ ଓ ତା’ ଜାହାଜ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଏ । ଏହି ଅଭିଶପ୍ତ ଜାହାଜକୁ ନେଇ ବିଶ୍ୱ ସ୍ତରରେ ଅନେକ ଟେଲିଭିଜନ ଶୋ ଓ ଲୋକପ୍ରିୟ ଫିଲ୍ମ ମଧ୍ୟ ତିଆରି ହୋଇ ସାରିଛି । ଖାଲି ଏତିକି ନୁହେଁ, ଅନେକ ଲୋକ ମଧ୍ୟ କୁହନ୍ତି ଯେ ସେମାନେ ଏହି ଫାଇଙ୍ଗ୍ ଡଚମ୍ୟାନ୍ ସିପକୁ ଦେଖିଛନ୍ତି । ତେବେ ସେମାନଙ୍କ କଥା କେତେ ଦୂର ସତ ତାହା ଏଯାଏ ପ୍ରମାଣିତ ହୋଇପାରିନି । ବିଂଶ ଶତାବ୍ଦୀର ମହାନ ଲେଖକ ନିକୋଲାସ୍ ମାନ୍ସରେଟ୍ ଏହାକୁ ଦେଖିଥିବା ମଧ୍ୟ କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଏହାକୁ ପ୍ରଶାନ୍ତ ମହାସାଗରରେ ଦେଖିଥିବା କହିଛନ୍ତି । ଫାଇଙ୍ଗ୍ ଡଚମ୍ୟାନ ସିପକୁ ନେଇ ଭିନ୍ନ ଭିନ୍ନ ଧାରଣା ଓ ମତ ରହିଛି । ଏକ ମତ ଅନୁସାରେ ଏହା ଏକ ଜଳ ଜାହାଜ ଥିଲା । ହେନରୀକ ୱେନ୍ ଦ ଡିକ୍କନ ଏହାର ନାବିକ ଥିଲେ । ତାଙ୍କୁ ଡଚ୍ମ୍ୟାନ୍ ନାମରେ ହିଁ ଡକାଯାଉଥିଲା ।

କୁହାଯାଏ ଯେ ୧୬୪୧ ମସିହାରେ ହେନରୀକ ୱେନ୍ ହଲାଣ୍ଡରୁ ନିଜ ଜାହାଜ ନେଇ ଇଷ୍ଟ୍ ଇଣ୍ଡିଜ୍ ଅଭିମୁଖେ ଯାଉଥିଲେ । ସେଠାରେ ପହଞ୍ଚି ସେ ଯେତେବେଳେ ଯାତ୍ରୀମାନଙ୍କ ସହିତ ଫେରୁଥିଲେ କ୍ୟାପ୍ ଅଫ୍ ଗୁଡ୍ ହପ୍ ଅଭିମୁଖେ ଜାହାଜର ଦିଗ ପରିବର୍ତ୍ତନ କଲେ । ତେବେ ନାବୀକଙ୍କ ଏହି ନୀତିରେ ଯାତ୍ରୀମାନେ ଅସନ୍ତୁଷ୍ଟ ପ୍ରକାଶ କଲେ, କାରଣ ସେମାନଙ୍କୁ ଶୀଘ୍ର ଘରେ ପହଞ୍ଚିବାର ଥିଲା । କିଛି ସମୟ ପରେ ଜାହାଜ ଏକ ଭୟଙ୍କର ଝଡର ସମ୍ମୁଖୀନ ହେଲା । ଏହି ଝଡର ଶିକାର ହୋଇ ଜାହାଜଟି ସଂପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା । ଏହି ଦୁର୍ଘଟଣାରେ ସବୁ ଯାତ୍ରୀ ମୃତ୍ୟୁବରଣ କଲେ । କୁହାଯାଏ ଯେ ମୃତ୍ୟୁ ବେଳେ ସେମାନେ ଏହି ଜାହାଜକୁ ଅଭିଶାପ ଦେଇଥିଲେ । ସେହିଦିନରୁ ଏହି ଜାହାଜ ଭୂତ ହୋଇ ସମୁଦ୍ରରେ ଘୂରି ବୁଲୁଛି । ଫ୍ଲାଇଙ୍ଗ ଡଚମ୍ୟାନ ଜାହଜ ପଛରେ ଥିବା ରହସ୍ୟ ଏପର୍ଯ୍ୟନ୍ତ ଖୋଲି ପାରିନାହିଁ । କିଛି ଲୋକ ଏହି ଜାହଜକୁ ଦେଖିଥିବାର ଦାବି କରୁଥିବା ବେଳେ ସେମାନଙ୍କ କଥାରେ କେତେ ସତ୍ୟତା ରହିଛି କେହି ଜାଣି ନାହାଁନ୍ତି । ଫ୍ଲାଇଙ୍ଗ ଡଚମ୍ୟାନ ଆଜି ବି ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି ।

Get real time updates directly on you device, subscribe now.