fbpx

ଶସ୍ତାରୁ ହୀନସ୍ତା, Onlineରେ ମିଳୁଛି ନକଲି Product: ଜାଣନ୍ତୁ କେମିତି ଚିହ୍ନିବେ ଅସଲି

ନୂଆଦିଲ୍ଲୀ: ବର୍ତ୍ତମାନ ଅନଲାଇନରେ ଶପିଙ୍ଗ କରିବା ଯୁବପିଢୀ ଖୁବ ପସନ୍ଦ କରୁଛନ୍ତି । ତେବେ ଏହି ଅନଲାଇନ ସପିଙ୍ଗର ଦୁଇ ବଡ଼ ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟ ଏବଂ ଆମାଜନ୍ ସେଲ୍ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଫ୍ଲିପକାର୍ଟରେ ବିଗ୍ ସେଭିଙ୍ଗ ଡେଜ୍ ଏବଂ ଆମାଜନରେ ଗ୍ରେଟ ଫ୍ରିଡମ୍ ସେଲ୍ ନାମରେ ସେଲ୍ ଲାଇଭ ରହିଛି । ତେବେ ଏଥିରେ ଗୋଟିଏ ଜିନିଷ ଉପରେ ଆପଣଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ । ଏହି ସେଲ ଜରିଆରେ ସେଲର୍ସ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଡିସ୍କାଉଣ୍ଟ ଅଫର କରିଥାନ୍ତି । କିନ୍ତୁ କିଛି ଲୋକ ଏହି ଅଫର ଏବଂ ବଡ଼ ଡିସ୍କାଉଣ୍ଟ ଲୋଭରେ ଠକାମୀର ଶୀକାର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେବେ ନିଜକୁ କିପରି ଠକାମୀରୁ ରକ୍ଷା କରିପାରିବେ ।

ବ୍ୟସ୍ତ ହୁଅନ୍ତୁ ନାହିଁ: ଇ-କମର୍ସ କମ୍ପାନୀରେ ସେଲ ଲାଇଭ ହେବା ପରେ ଅଧିକାଂଶ ଲୋକେ ବ୍ୟସ୍ତ ହୋଇ ସପିଙ୍ଗ ଆରମ୍ଭ କରି ଦିଅନ୍ତି । ଏହା ମଧ୍ୟରେ ସେମାନେ କିଣୁଥିବା ପ୍ରଡକ୍ଟ ଅସଲି ନା ନକଲି, ତାହା ଦେଖିବାକୁ ଭୁଲି ଯାଆନ୍ତି । ଫଳରେ ଅନେକ ସମୟରେ ନକଲି ପ୍ରଡକ୍ଟ କିଣି ଠକାମୀର ଶୀକାର ହେବାକୁ ପଡ଼ିଥାଏ ।

ଅନଲାଇନ ସପିଙ୍ଗ ସମୟରେ ଠକାମୀରୁ ରକ୍ଷା ପାଇବା ପାଇଁ ପ୍ରଥମେ ପ୍ରଡକ୍ଟର ରେଟିଂ ଚେକ୍ କରନ୍ତୁ । ଆପଣ କିଣୁଥିବା ପ୍ରଡକ୍ଟ ଏବଂ ଏହାକୁ ନେଇ ଲୋକମାନଙ୍କ ପ୍ରତିକ୍ରିୟା ଉପରେ ମଧ୍ୟ ଟିକିଏ ଧ୍ୟାନ ଦିଅନ୍ତୁ । ଏହାକୁ କେଉଁ କମ୍ପାନୀ ବିକ୍ରି କରୁଛି, ସେ ନେଇ ମଧ୍ୟ ସ୍ପଷ୍ଟ ହୋଇଯିବା ଆବଶ୍ୟକ ।

ପ୍ରାଇସ ଟ୍ରାକର ସାହାଯ୍ୟୃରେ ଫ୍ରଡ୍ ରୁ ରକ୍ଷା ମିଳିବ: ପ୍ରାଇସ ଟ୍ରାକର ବ୍ୟବହାର କରିବା ପାଇଁ ପ୍ରଥମେ ଗୁଗୁଲର ସର୍ଚ୍ଚ ବାରରେ ‘buyhatke extension’ ଟାଇପ କରନ୍ତୁ । ଏହାପରେ ଗୁଗୁଲ ଏକ୍ସଟେନ୍ସନର ଲିଙ୍କ ଆସିବ, ଏହାକୁ ଡବଲ କ୍ଲିକ କରିବା ପରେ ନୂଆ ପେଜ ଓପନ ହେବ । ସେଥିରେ Buyhatke – Price tracker & Price history ନାମକ ଏକ ଏକ୍ସଟେନ୍ସନ ଦେଖିବାକୁ ମିଳିବ । ଏହାକୁ Add to Chrome କରି ବ୍ରାଉଜରରେ ପିନ୍ କରି ନିଅନ୍ତୁ । ଏହାପରେ ଫ୍ଲିପକାର୍ଟ କିମ୍ବା ଆମାଜନରେ କୌଣସି ପ୍ରଡକ୍ଟ ସମ୍ବନ୍ଧରେ ସର୍ଚ୍ଚ କଲେ ଏହା ଆପଣଙ୍କୁ ସେହି ପ୍ରଡକ୍ଟର ମୂଲ୍ୟ ଏବଂ ଏହାର ସମ୍ପୂର୍ଣ୍ଣ ହିଷ୍ଟ୍ରି ଦର୍ଶାଇ ଦେବ । ଏହାଦ୍ୱାରା ଆପଣ ନିଜକୁ ଠକାମୀରୁ ରକ୍ଷା କରିପାରିବେ ।

Get real time updates directly on you device, subscribe now.