fbpx

ଅଗଷ୍ଟରେ ବି ଜାରି ରହିବ ଟମାଟୋ ଭାଉ, କନ୍ଦାଇବାକୁ ପିଆଜ ପ୍ରସ୍ତୁତ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ସାଧାରଣ ଲୋକଙ୍କୁ ଏବେ ମିଳିବନି ନିସ୍ତାର । ଟମାଟୋ ପରେ ଆଗକୁ ପିଆଜ କନ୍ଦାଇବାକୁ ଯାଉଛି । ଗତ ଦୁଇ ସପ୍ତାହ ହେବ କିଛି ପରିବାର ଦାମ୍ ହ୍ରାସ ପାଇଥିଲା ବେଳେ ଆଗକୁ ପୁଣି ବଢିବାକୁ ଯାଉଛି । ହୋଲ୍‌ସେଲ୍ ବ୍ୟବସାୟୀଙ୍କ ଅନୁଯାୟୀ ଆଗକୁ ଟମାଟୋ ଦାମ୍ ବୃଦ୍ଧି ପାଇ ୩୦୦ ଟଙ୍କା ହେବାକୁ ଯାଉଛି । ଏହା ସହିତ ଅନ୍ୟ ପନି ପରିବାର ଦର ମଧ୍ୟ ବଢିପାରେ ।

ତେବେ ବର୍ତ୍ତମାନ ପିଆଜର ଦାମ୍ ୨୫ ରୁ ୩୨ ଟଙ୍କା ଥିବା ବେଳେ ଆଗକୁ ଏହା ୧୦୦ ଛୁଇଁପାରେ। ବଜାର ବିଶେଷଜ୍ଞମାନଙ୍କ କହିବା ମୁତାବକ ଅଗଷ୍ଟ ମାସ ଶେଷ ବେଳକୁ ପିଆଜ ଦାମ୍ ୬୦-୭୦ ପ୍ରତି କେଜି ବିକ୍ରି ହୋଇପାରେ । ତେବେ ଏତେ ମୂଲ୍ୟ ବୃଦ୍ଧି ପରେ ମଧ୍ୟ ୨୦୨୦ ଭଳି ସ୍ଥିତି ନଉପୁଜିପାରେ ବୋଲି ଫ୍ରାନସିଲ୍ ମାର୍କେଟ୍ ଇଣ୍ଟେଲିଜେନ୍ସୀ ଏବଂ ଆନାଲିଟିକ୍ସ ଏକ ରିପୋର୍ଟରେ କହିଛି ।

ରିପୋର୍ଟରେ କୁହାଯାଇଛି ଯେ, ରବୀ ଋତୁରେ ଅମଳ ହୋଇଥିବା ପିଆଜ କ୍ୱାଲିଟି ୧-୨ ଦୁଇ ମାସ ପୁର୍ବରୁ ଖରାପ ହେବା ଏବଂ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଅଭାବି ବିକ୍ରି କାରଣରୁ ବଜାରରେ ଷ୍ଟକ୍ ସେପ୍ଟେମ୍ବର ବଦଳରେ ଅଗଷ୍ଟ ଶେଷରେ ଅନେକ ହ୍ରାସ ପାଇବାର ସମ୍ଭାବନା ରହିଛି । ଏଥିପାଇଁ୧୫-୨୦ ଦିନ ପାଇଁ ବଜାରରେ ପିଆଜର ଅଭାବ ଦେଖିବାକୁ ମିଳିପାରେ । ଯାହା ଫଳରେ ପିଆଜର ଦାମ୍ ଦୁଇ ଗୁଣା ହୋଇପାରେ । ଆଗକୁ ଅକ୍ଟୋବର ମାସରେ ନୁଆ ପିଆଜ ଅମଳ ହେବା ପରେ ପୁନଃଶ୍ଚ ଦର ହ୍ରାସ ପାଇପାରେ ।

 

Get real time updates directly on you device, subscribe now.