fbpx
BJD SKY
BJD SKY

Chandrayaan 3 Lunar Orbit Injection: ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ -୩, ଏବେ କେବଳ ଲ୍ୟଣ୍ଡିଂ ବାକି

BJD

ନୂଆଦିଲ୍ଲୀ: ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି ଭାରତ ଚନ୍ଦ୍ରଯାନ -୩। ଏବେ ଚନ୍ଦ୍ରଯାନ ଚନ୍ଦ୍ର ଚାରିପାଖରେ ୧୬୬ କି.ମି. * ୧୮୦୫୪ ପ୍ରତି କିଲୋମିଟରରେ ଅଣ୍ଡାକାର କକ୍ଷରେ ଘୁରି ବୁଲିବ। ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପାଇଁ ପ୍ରାୟ ୨୦ ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ଏହାର ଥ୍ରେଷ୍ଟର୍ସ ଅନ୍ ରଖିଥିଲା। ଏହା ସହିତ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷରେ ପ୍ରବେଶ କରିଥିଲ। ସୂଚନା ଅନୁସାରେ, ଏହି ମହାକାଶଯାନ ଚଳିତ ମାସ ୨୩ କିମ୍ବା ୨୪ ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଗତ ଜୁଲାଇ ମାସ ୧୪ ତାରିଖରେ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୩କୁ ଉତ୍‍କ୍ଷେପଣ କରାଯାଇଥିଲା।

ଏହାକୁ ଲୁନାର ଅର୍ବିଟ୍ ଇନଜେକସନ୍ ବା ଇନସର୍ଟସ୍ ବୋଲି ମଧ୍ୟ କୁହାଯାଇଥାଏ। ଆଗକୁ ଚନ୍ଦ୍ରର ଚାରି ଅର୍ବିଟ୍ ମଧ୍ୟ ପରିବର୍ତ୍ତନ ହେବ। ଆସନ୍ତା କାଲି ଅର୍ଥାତ୍ ୬ ଅଗଷ୍ଟ ରାତି ୧୧ ଟା ପାଖାପାଖି ସମୟରେ ଚନ୍ଦ୍ରଯାନ ଅର୍ବିଟ୍‌କୁ ୧୦ ରୁ ୧୨ ହଜାର କିଲୋମିଟର ଅର୍ବିଟ୍‌ରେ ପରିବର୍ତ୍ତନ କରାଯିବ। ଏହାପରେ୯ ଅଗଷ୍ଟକୁ ଅପରାହ୍ନ ସମୟରେ ଏହି ଅର୍ବିଟ୍‌କୁ ପରିବର୍ତ୍ତନ କରି ୪ରୁ ୫ ହଜାର କିଲୋମିଟର ଅର୍ବିଟ୍‌ରେ ପରିବର୍ତ୍ତନ କରାଯିବ।

ପରେ୧୪ ଅଗଷ୍ଟକୁ ଏହାକୁ ହ୍ରାସ କରାଯାଇ ୧୦୦୦ ପ୍ରତି କିଲୋମିଟର କରି ଦିଆଯିବ । ପଞ୍ଚମ ଅର୍ବିଟ୍‌ରେଏହାକୁ ୧୦୦ କିଲୋମିଟର କକ୍ଷରେ ରଖାଯିବ । ୧୭ ଅଗଷ୍ଟରେ ମଡ୍ୟୁଲ ଏବଂ ଲ୍ୟାଣ୍ଡର ମଡ୍ୟୁଲ୍ ଅଲଗା ହେବେ । ଏହାପରେ୧୮ ଏବଂ ୨୦ ଅଗଷ୍ଟରେ ଡିଅର୍ବିଟିଂ ହେବ । ଅର୍ଥାତ୍‌ ଚନ୍ଦ୍ରରୁ ଏହାର ଦୁରତାକୁ ହ୍ରାସ କରାଯିବ । ଏହି ସମୟରେ ଲ୍ୟାଣ୍ଡର ମଡ୍ୟୁଲ୍ ୧୦୦ * ୩୫ କିମି ଅର୍ବିଟ୍ କୁ ଯିବ । ଏହାପରେ୨୩ ଅଗଷ୍ଟକୁ ସନ୍ଧ୍ୟା ୫ଟା ୪୭ ମିନଟ୍ ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରାଯିବ । ତେବେ ଏଥିପାଇଁ ଏବେ ୧୮ ଦିନର ଯାତ୍ରା ବାକି ଅଛି ।

Get real time updates directly on you device, subscribe now.