fbpx

BCCI ଉପରେ ହେବ ଟଙ୍କାର ବର୍ଷା: ବିଲିୟନ ଡଲାରରୁ ଅଧିକ ହେବ ରୋଜଗାର!

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ରିକେଟ ଜଗତର ସବୁଠାରୁ ଧନୀ ଦେଶ ଭାବରେ ରାଜ୍ କରୁଛି ଭାରତୀୟ କ୍ରିକେଟ ବୋର୍ଡ । ଏହାପରେ ମଧ୍ୟ ଆହୁରି ଅଧିକ ଟଙ୍କା ରୋଜଗାର କରିବା ଦିଗରେ ଆଗେଇଛି ବିସିସିଆଇ । ଭାରତୀୟ କ୍ରିକେଟ ବୋର୍ଡ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ଏକ ଆରବ ଡଲାର ଆୟ କରିବା ନେଇ ଆଶା କରାଯାଉଛି । ଗତ ୫ ବର୍ଷରେ ଏହି ଆୟ ୯୪ କୋଟି ୪୦ ଲକ୍ଷ ଡଲାର ଥିବା ବେଳେ ଆଗାମୀ ସଂସ୍କରଣରେ ବିସିସିଆଇ ଆହୁରି ଅଧିକ ଟଙ୍କା ହାସଲ କରିପାରିବ ବୋଲି ଅନୁମାନ କରାଯାଉଛି ।

ଭାରତୀୟ କ୍ରିକେଟ ବୋର୍ଡର ୨୦୨୮ ପର୍ଯ୍ୟନ୍ତ ୫ ବର୍ଷୀୟ ଚକ୍ରରେ ଟିମ ଇଣ୍ଡିଆର ଘରୋଇ ମ୍ୟାଚ ପାଇଁ ଡିଜିଟାଲ ଅଧିକାରକୁ ପୃଥକ ଭାବରେ ବିକ୍ରି କରିବାର ଯୋଜନା ରହିଛି । ଏହାଦ୍ୱାରା ବିସିସିଆଇ ପ୍ରାୟ ୧ ଆରବ ଡଲାର(୮୨୦୦ କୋଟି ଟଙ୍କା) ମଧ୍ୟ ଆୟ କରିପାରେ ବୋଲି ଆଶା କରାଯାଉଛି । ନୂଆ ସିଜନରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୧ଟି ଘରୋଇ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ସେଥି ମଧ୍ୟରେ ୫ଟି ଟେଷ୍ଟ, ୬ଟି ଦିନିକିଆ ଏବଂ ୧୦ଟି ଟି-୨୦ ମ୍ୟାଚ ରହିଛି । ସେହିପରି ଇଂଲଣ୍ଡ ବିପକ୍ଷରେ ମୋଟ ୧୮ଟି ମ୍ୟାଚ(୧୦ ଟେଷ୍ଟ, ୩ ଦିନିକିଆ ଏବଂ ୫ ଟି-୨୦) ଘରୋଇ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ତେବେ ଏହି ପାଞ୍ଚ ବର୍ଷ ସମୟ ମଧ୍ୟରେ ମୋଟ ୨୫ଟି ଟେଷ୍ଟ ମ୍ୟାଚ ସହିତ ୨୭ଟି ଦିନିକିଆ ଏବଂ ୩୬ଟି ଟି-୨୦ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଗତ ୫ ବର୍ଷରେ ଭାରତ ଷ୍ଟାର ଇଣ୍ଡିଆରୁ ୯୪ କୋଟି ୪୦ ଲକ୍ଷ ହାସଲ କରିଛି । ଏଥିରେ ଟିଭି ଏବଂ ଡିଜିଯାଲ ମିଡିଆରେ ପ୍ରତି ମ୍ୟାଚ ପାଇଁ ୬୦ କୋଟି ଟଙ୍କା ସାମିଲ ରହିଛି ।

ତେବେ ଏଥର ଟିଭି ଏବଂ ଡିଜିଟାଲ ପ୍ଲାଟଫର୍ମ ପାଇଁ ବୋର୍ଡ ପୃଥକ ପୃଥକ ଭାବରେ ନିଲାମୀ କରିବ ବୋଲି ଜାଣିବାକୁ ମିଳିଛି । ଆଇପିଏଲ ସମୟରେ ମିଡିଆ ରାଇଟ୍ସରୁ ବିସିସିଆଇକୁ ୪୮,୩୯୦ କୋଟି ଟଙ୍କା ଆୟ ହୋଇଥିଲା । ଏହି ନିଲାମୀ ପ୍ରକ୍ରିୟା ଅଇପିଏଲ ଭଳି ଇ-ନିଲାମୀ ଜରିଆରେ କରାଯିବ । ତେବେ ଏ ନେଇ ଜଣେ ପ୍ରସାରକ କହିଛନ୍ତି ଯେ, ବର୍ତ୍ତମାନ କୌଣସି ସଠିକ ଆକଳନ କରିବା ସମ୍ଭବ ନୁହେଁ । କିନ୍ତୁ ଗତ ସିଜନ ଅନୁସାରେ ଡଲାର ଏବଂ ଟଙ୍କାର ଅନୁପାତ ପରିବର୍ତ୍ତନ ହୋଇଯିବ । ଡିଜନି, ଷ୍ଟାର ଭାରତର ଘରୋଇ ମ୍ୟାଚ୍ ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବେ ଏବଂ ସେପ୍ଟେମ୍ବରର ପ୍ରଥମ ସପ୍ତାହରେ ହେବାକୁ ଥିବା ନିଲାମ ପୂର୍ବରୁ ସୋନି ସହିତ ମିଶିଲେ ଜି ବିଡ୍ କରିପାରିବ।

Get real time updates directly on you device, subscribe now.