fbpx

ତୀରନ୍ଦାଜ ବିଶ୍ୱ ଚାମ୍ପିଅନସିପ୍ ୨୦୨୩: ବ୍ୟକ୍ତିଗତ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ଆଦିତି ଗୋପିଚାନ୍ଦ

ନୂଆଦିଲ୍ଲୀ: ଚଳିତ ତୀରନ୍ଦାଜ ବିଶ୍ୱଚାମ୍ପିଅନସପ୍‌ରେ ଭାରତ ପାଇଁ ଇତିହାସ ରଚିଛନ୍ତି ୧୭ ବର୍ଷୀୟ ଆଦିତି ଗୋପିଚାନ୍ଦ ସ୍ୱାମୀ। ସେହିଭଳି ଜ୍ୟୋତି ସୁରେଖା ଭେନମ ସମାନ ଇଭେଣ୍ଟରେ କାଂସ୍ୟ ପଦକ ଜିତିଛନ୍ତି। ଶନିବାର ଜର୍ମାନିର ବର୍ଲିନଠାରେ ଚାଲିଥିବା ଭାରତ ପାଇଁ ଏହି ସଫଳତା ଆଣିଥିଲେ ଏହି ଦୁଇ ଖେଳାଳି।

ଗତ ମାସରେ ଆଦିତି କନିଷ୍ଠ ବର୍ଗରେ ବିଶ୍ୱ ଟାଇଟଲ ଜିତିଥିଲେ। ଶନିବାର ଫାଇନାଲ ମ୍ୟାଚ୍‌ରେ ସେ ମେସ୍କିକୋର ଆଣ୍ଡ୍ରେ ବେକେରାଙ୍କୁ ୧୪୯-୧୪୭ ରେ ହରାଇ ସିନିୟର ସ୍ତରରେ ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପ୍‌ର ବ୍ୟକ୍ତିଗତ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଏହା ପୁର୍ବରୁ ଆଦିତି ସେମିଫାଇନାଲରେ ଭାରତର ଜ୍ୟୋତିଙ୍କୁ ୧୪୯-୧୪୫ ରେ ପରାସ୍ତ କରିଥିଲେ। ତେବେ ଜ୍ୟୋତି ଏହାପରେ, ତୁର୍କୀର ଇପେକ ଟୋମ୍ରୁକ ଙ୍କୁ ହରାଇ କାଂସ୍ୟ ପଦକ ଜିତିଥିଲେ। ଗତକାଲି ଭାରତୀୟ ମହିଳା ଟିମ୍ ଦଳଗତ ଇଭେଣ୍ଟରେ ପ୍ରଥମ ଥର ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପ୍‌ରେ ସ୍ୱର୍ଣ୍ଣ ଜିତିଛନ୍ତି।

Get real time updates directly on you device, subscribe now.