fbpx
BJD
BJD SKY
BJD SKY

(Video) ମୁଁ ରାହୁଲ ଗାନ୍ଧୀଙ୍କୁ ବିବାହ କରିବି, କିନ୍ତୁ ଗୋଟିଏ ସର୍ତ୍ତ… ଚର୍ଚ୍ଚାରେ ଅଭିନେତ୍ରୀଙ୍କ ବୟାନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଖୁସି ଖବର ଆସୁଛି । ଗତକାଲି ତାଙ୍କୁ ମୋଦୀ ସରନେମ ମାମଲାରେ ଜେଲ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ଆଜି ରାହୁଲଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ହୋଇ ଯାଇଛନ୍ତି ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ଆଜିକାଲିର ଯୁବପିଢୀଙ୍କ ମଧ୍ୟରେ ଖୁବ ଚର୍ଚ୍ଚାରେ ରହିଥିବା ଜଣେ ହିରୋଇନ ଏବେ ରାହୁଲ ଗାନ୍ଧୀଙ୍କୁ ବିବାହ କରିବା ପାଇଁ ହଁ କରିଛନ୍ତି । ଅଭିନେତ୍ରୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ତଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାହୁଲଙ୍କ ପାଇଁ କନ୍ୟା ଖୋଜିବାକୁ କହିଥିଲେ । ତେବେ ବର୍ତ୍ତମାନ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶର୍ଲିନ ଚୋପ୍ରା ରାହୁଲଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । କିନ୍ତୁ ବିବାହ ପାଇଁ ଏକ ସର୍ତ୍ତ ରଖିଛନ୍ତି ଶର୍ଲିନ । ରାହୁଲଙ୍କୁ ବିବାହ କରିବା ପରେ ସେ ନିଜ ସରନେମ୍ ପରିବର୍ତ୍ତନ କରିବେ ନାହିଁ ବୋଲି କହିଛନ୍ତି । ଅର୍ଥାତ ବିବାହ ପରେ ଶର୍ଲିନ ଗାନ୍ଧୀ ନ ହୋଇ ସେ ଶର୍ଲିନ ଚୋପ୍ରା ହିଁ ରହିବାକୁ ଚାହିଁଛନ୍ତି । ତେବେ ଶର୍ଲିନଙ୍କୁ ଏ ନେଇ ପ୍ରଶ୍ନ କରିବାରୁ ସେ ଏହାର ଉତ୍ତରରେ ରାହୁଲଙ୍କୁ ବିବାହ କରିବେ ବୋଲି ରାଜି ଥିବା କହିଛନ୍ତି । ଏହି ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏମିତି ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

 

View this post on Instagram

 

A post shared by F I L M Y G Y A N (@filmygyan)

ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଅନେକ ୟୁଜର୍ସ ଏହାକୁ ଦେଖିଥିବା ବେଳେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଛନ୍ତି । ତେବେ ଅଧିକାଂଶ ୟୁଜର ଶର୍ଲିନ ଏବଂ ରାହୁଲଙ୍କ ବିବାହକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ସୂଚନା ଥାଉ କି, ଶର୍ଲିନ ଚୋପ୍ରା ଅନେକ ସମୟରେ ବିଭିନ୍ନ ମାମଲାକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି । କେବେ ନିଜ ପୋଷାକକୁ ନେଇ ତ କେବେ କେବେଏଭଳି କିଛି ବୟାନ ଦେଇ ସେ ପ୍ରାୟତଃ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

Get real time updates directly on you device, subscribe now.