fbpx

କୁକୁରଙ୍କ ଟାର୍ଗେଟ କୋମଳମତି ଶିଶୁ ; ଗୋଟିଏ ପରିବାରର ଦୁଇ ଜଣଙ୍କୁ ମାରି ଖାଇଗଲେ ବୁଲା କକୁର

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସହରରେ ବୁଲା କୁକୁରମାନେ ଏବେ ଆତଙ୍କ ସୃଷ୍ଟି କରିଛନ୍ତି । କିଛି ଦିନ ପୂର୍ବରୁ ଯେଉଁଠାରେ ହାଇଦ୍ରାବାଦରେ କୁଲା କୁକୁର ଜଣେ ନିରୀହ ଶିଶୁର ଜୀବନ ଚାଲିଯାଇଥିଲା । ସେହିଭଳି ଏକ ଘଟଣା ପୁଣି ରାଜଧାନୀ ଦିଲ୍ଲୀରେ ଘଟିଛି। ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଅବସ୍ଥିତ ସିନ୍ଧି କ୍ୟାମ୍ପରେ ବୁଲା କୁକୁରମାନେ ଗତ ଦୁଇ ଦିନ ମଧ୍ୟରେ ଦୁଇ ନିରୀହ ପିଲାଙ୍କୁ ସେମାନଙ୍କର ଶିକାର କରିଛନ୍ତି। ବୁଲା କୁକୁର ଆକ୍ରମଣରେ ପ୍ରାଣ ହରାଇଥିବା ଉଭୟ ନିରୀହ ଶିଶୁର ବୟସ ୭ ଏବଂ ୫ ବର୍ଷ ଥିଲା।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର‌୍ୟ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରଥମ ଘଟଣା ମାର୍ଚ୍ଚ ୧୦ ରେ ହୋଇଥିବାବେଳେ ଦ୍ୱିତୀୟ ଘଟଣା ୧୨ରେ ଘଟିଛି। ପ୍ରଥମ ଘଟଣାରେ, ବୁଲା କୁକୁରମାନେ ୭ ବର୍ଷର ନିରୀହ ଶିଶୁର ଶିକାର କରିଥିଲେ । ଏହି ଘଟଣାର ଦୁଇ ଦିନ ପରେ ୫ ବର୍ଷିୟା ନିରୀହ ଶିଶୁକୁ କୁକୁରମାନେ ହତ୍ୟା କରିଥିଲେ । ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଘଟଣାରେ ପ୍ରାଣ ହରାଇଥିବା ଦୁଇ ପିଲା ଗୋଟିଏ ପରିବାରର।

ଉଲ୍ଲେଖନୀୟ କଥା ହେଉଛି, ତେଲେଙ୍ଗାନାର ହାଇଦ୍ରାବାଦରେ ବୁଲା କୁକୁର ଆକ୍ରମଣରେ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ପାଞ୍ଚ ବର୍ଷୀୟ ପ୍ରଦୀପ ତାଙ୍କ ପିତାଙ୍କ ସହ କାମ କରିବାକୁ ଯାଇଥିଲେ। ଶିଶୁର ପିତା ସୁରକ୍ଷା କର୍ମୀ ଭାବରେ କାର‌୍ୟ୍ୟ କରନ୍ତି । ଭିଡିଓରେ ପିଲାଟି କ୍ୟାମ୍ପସରେ ଏକୁଟିଆ ବୁଲୁଥିଲା । ତା’ପରେ ତିନୋଟି କୁକୁର ପିଲା ଆଡକୁ ଆସି ଘେରି ରହିଲେ ।ଭୟଭୀତ ପିଲାଟି ପଳାଇବାକୁ ଚେଷ୍ଟା କଲା କିନ୍ତୁ ବିଫଳ ହୋଇଥିଲା । କୁକୁରମାନେ ପ୍ରଥମେ ତାଙ୍କ ପୋଷାକ ଟାଣି ତଳେ ପକାଇ ଦେଇଥିଲେ ଏବଂ ତାକୁ କାମୁଡି ଖାଇ ଯାଇଥିଲେ । ଏଭଳି ଯନ୍ତ୍ରଣାଦାୟକ ଭାବରେ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ପୂରା ଘଟଣା ପରିସରରେ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଥିଲା।

Get real time updates directly on you device, subscribe now.