fbpx
BJD SKY
BJD SKY

୫୦୦ ଟଙ୍କାରେ ପୁଅ ହେବା ପାଇଁ ଦେଉଥିଲେ ଔଷଧ, ମନ୍ଦିର ବାହାରେ ଧରାପଡିଲେ ନକଲି ଡାକ୍ତର

BJD

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍, ପୋଲିସ ସହ ମିଶି ଏକ ନକଲି ଡାକ୍ତରଙ୍କୁ ଗିରଫ କରିଛନ୍ତି । ନୂଆଦିଲ୍ଲୀ ଗୁରୁଗ୍ରାମର ବାଦଶାହପୁରରେ ଏକ ନକଲି ଡାକ୍ତର ପୁଅ ହେବାର ଗ୍ୟାରେଣ୍ଟି ଦେଇ ଔଷଧ ବିକ୍ରି କରେ । ଅପରାଧୀଙ୍କୁ ଏକ ମନ୍ଦିର ବାହାରେ ଗିରଫ କରାଯାଇଛି । ସେହି ବ୍ୟକ୍ତି ଜଣକ ମହମ୍ମଦ ୟାମୀନ ନାମରେ ପରିଚିତ । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ତାଙ୍କୁ ଖବର ଆସିଥିଲା ଯେ, ଅର୍ଥ ସମାଜ ମନ୍ଦିରରେ ଜଣେ ବ୍ୟକ୍ତି ଔଷଧ ବିକ୍ରି କରୁଛି ।

ସ୍ୱାସ୍ଥ୍ୟ ବିଭାଗ ଚିକିତ୍ସା ଅଧିକାରୀ ଡାକ୍ତର ମାନଙ୍କୁ ନେଇ ଏକ ଟିମ ଗଠନ କରିଥିଲେ । ଅଧିକାରୀଙ୍କ କହିବା ଅନୁସାରେ, ସେ ଏକ ମହିଳାଙ୍କୁ ୨୦୦୦ ଟଙ୍କିଆ ନୋଟ ଦେଇ ନକଲି ଗ୍ରାହକ ରୂପେ ତାଙ୍କ ପାଖକୁ ପଠାଇଥିଲେ । ନକଲି ଡାକ୍ତର ଜଣକ ସେହି ମହିଳାଙ୍କ ଠାରୁ ୫୦୦ ଟଙ୍କା ରଖି ଏକ ବୋତଲରେ ଔଷଧ ଦେଇଥିଲେ । ସେହି ସମୟରେ ନକଲି ଗ୍ରାହକ ଜଣକ ଟିମ୍ ଙ୍କୁ ସଂକେତ ଦେଇଥିଲା । ଘଟଣାସ୍ଥଳରେ ଟିମ୍ ପହଁଚି ନକଲି ଡାକ୍ତରଙ୍କୁ ଗିରଫ କରିଥିଲେ ।

ପୋଲିସ ସୂଚନା ଦେଇ କହିଛନ୍ତି ଯେ, ‘ସେହି ନକଲି ଡାକ୍ତରଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି । ସେ ଗତ ଆଠ ବର୍ଷ ହୋଇଗଲାଣି ଏହି କାମ କରିଆସୁଥିଲେ । ଏହାସହ ତାଙ୍କର ସାର୍ଟିଫିକେଟ ତଦନ୍ତ ପରେ ଜଣାପଡିଥିଲା ଯେ, ସେ କେବଳ ମାଟ୍ରିକ୍ ପାସ । ଆମେ ତାଙ୍କୁ ଏହି ବିଷୟରେ ପଚରାଉଚରା କରୁଛୁ । ଅଭିଯୁକ୍ତ ଜଣକ ମାସକୁ ୨ ଥର ସେହି ମନ୍ଦିରକୁ ଔଷଧ ଦେବା ପାଇଁ ଆସୁଥିଲେ ।’

Get real time updates directly on you device, subscribe now.