fbpx

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ: ଜଗତପୁରରୁ ଯାଇ ଏତଲା ଦେଲେ ମହିଳା

କଟକ: ମୁମ୍ବାଇର ଲୋକପ୍ରିୟ ତଥା ଅତି ପରିଚିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଜଗତପୁରର ଜଣେ ମହିଳା ଥାନାକୁ ଯାଇ ଏତଲା ଦେଇଛନ୍ତି । ଗାୟିକା କରାଇଦେବାର ସ୍ୱପ୍ନ ଦେଖାଇ ଶୋଷଣ କରିଥିବା ନେଇ ଏତଲା ଦେଇଛନ୍ତି ସମ୍ପୃକ୍ତ ମହିଳା । ମାନସିକ ଏବଂ ଶାରୀରିକ ସ୍ତରରେ ମହିଳାଙ୍କୁ ନିର୍ଯାାତନା ଦେଇଥିବା ନେଇ ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ନେଇ ପ୍ରଥମେ ଜଗତପୁର ତାନାକୁ ଯାଇଥିବା ବେଳେ ସେଠାରୁ ତାଙ୍କୁ ମହିଳା ଥାନାକୁ ପଠାଇଛି ପୋଲିସ । ତେବେ ଅଭିଯୋଗଟି ଖୁବ ସଙ୍ଗୀନ ହୋଇଥିବା ବେଳେ ଏହାର ସତ୍ୟାସତ୍ୟ ନେଇ କୌଣସି ତଥ୍ୟ ମିଳିପାରି ନାହିଁ । ଏ ନେଇ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।

Get real time updates directly on you device, subscribe now.