fbpx

ପୁଣି ବ୍ୟାନ୍ ହେଲା ୩ଟି ବିପଦପୂର୍ଣ୍ଣ ଗେମ୍ – କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ : ଅନଲାଇନ୍ ଗେମ୍ କୁ ନେଇ ସରକାର ଏକ ବଡ ଘୋଷଣା କରିଛନ୍ତି । ତିନି ପ୍ରକାରର ଗେମ୍ ଯାହା ୟୁଜର୍ସଙ୍କୁ କ୍ଷତି ପହଞ୍ଚାଉଛି, ତାହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସରକାର କହିଛନ୍ତି ଯେ ଆମେ ଏଭଳି ଖେଳକୁ ଅନୁମତି ଦେଇ ପାରିବୁ ନାହିଁ । କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ପ୍ରଥମ ଥର ପାଇଁ ଆମେ ଅନଲାଇନ୍ ଗେମ୍ କୁ ନେଇ ଢାଞ୍ଚା ପ୍ରସ୍ତୁତ କରିଛୁ, ଯେଉଁଥିରେ ଆମେ ଦେଶର ୩ ପ୍ରକାର ଗେମ୍ କୁ ଅନୁମତି ଦିଆଯିବ ନାହିଁ ।

ଖବର ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଗେମ୍ ରେ ଟଙ୍କା ପଇସା କାରବାର ହେଉଥିବ କିମ୍ବା ବ୍ୟବହାରକାରୀଙ୍କୁ କ୍ଷତି ସହିବାକୁ ପଡୁଛି ତାହାକୁ ନିଷିଦ୍ଧ କରାଯାଇଛି । ଏହା ସହ ଯେଉଁ ଗେମ୍ ରେ ନିଶା କାରବାର ସମ୍ପୃକ୍ତ ରହିଛି ତାହାକୁ ମଧ୍ୟ ବ୍ୟାନ୍ କରାଯାଇଛି । ସେହି ସବୁ ଗେମ୍ ର ତାଲିକା ପ୍ରକାଶ ପାଇଛି, ଯାହା ୟୁଜର୍ସଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ।

Get real time updates directly on you device, subscribe now.