fbpx

କୋୱିନ୍ ଟୀକା ଲାଗି ପଞ୍ଜିକରଣ ନିମନ୍ତେ ଦିଆଯାଇଥିବା ତଥ୍ୟ ଲିକ୍ , ହ୍ୟାକର ହାତରେ ପଡିଗଲେ ଶୂନ ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ:କରୋନା ଟୀକା ନେଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ଡାଟା ଏବେ ଲିକ୍ ହୋଇ ଯାଇଛି । ଏହି ଡାଟା ଏବେ ଟେଲିଗ୍ରାମରେ ଉପଲବ୍ଧ । କୋୱିନ୍ ଟୀକା ଲାଗି ପଞ୍ଜିକରଣ ନିମନ୍ତେ ଦିଆଯାଇଥିବା ତଥ୍ୟ ଲିକ୍ ହୋଇଯାଇଛି । ଏଥିରେ ନାମ, ଠିକଣା, ମୋବାଇଲ୍, ନମ୍ବର, ଆଧାର କାର୍ଡ ଡିଟେଲ୍, ପାସପୋର୍ଟ ଡିଟେଲ୍ ଆଦି ସାମିଲ ରହିଛି ।

ଟୁଇଟର୍ ରେ ସେୟାର କରାଯାଇଥିବା ସ୍କ୍ରିନସଟରେ ବହୁ ଲୋକଙ୍କ ପର୍ସନାଲ୍ ଡିଟେଲ ଦେଖିବାକୁ ମିଳୁଛି । ଏହି ସ୍କ୍ରିନସଟ୍ରେ ଟୀକା ନେଇଥିବା ବ୍ୟକ୍ତିଙ୍କ ନାମ, ଠିକଣା, ଫୋନ୍ ନମ୍ବର, ଆଧାର ତଥ୍ୟ ଉପଲବ୍ଧ ରହିଛି । ମାଲାୟଲା ମନୋରମାର ରିପୋର୍ଟ ଅନୁଯାୟୀ ଏହି ଡାଟା ଲିକ୍ କୋୱିନ୍ ପୋର୍ଟାଲରୁ ହୋଇଛି ଯେଉଁ ପୋର୍ଟାଲରେ ଲୋକମାନେ କୋୱିନ୍ ଟୀକାକରଣ ଲାଗି ରେଜିଷ୍ଟ୍ରେସନ କରାଇଥିଲେ । ଟୀକାକରଣ ସମୟରେ ବ୍ୟକ୍ତି କେଉଁ ଆଇଡିର ଉପଯୋଗ କରିଥିଲେ ସେ ବିଷୟରେ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଏହା ସହିତ ଏଥିରେ ନାମ, ଲିଙ୍ଗ ଓ ଜନ୍ମ ତାରିଖ ବିଷୟରେ ମଧ୍ୟ ତଥ୍ୟ ରହିଛି ।

ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟରରେ ଏହାକୁ ନେଇ ବହୁ ଟୁଇଟ୍ କରାଯାଇଛି, ଯିଏ ଦାବୀ କରୁଛି କି ଟେଲିଗ୍ରାମରେ ଆସୁଥିବା ଡିିଟେଲସ୍ ସଠିକ୍ ଅଟେ । କିନ୍ତୁ ଏ ସଂପର୍କରେ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ । ତେବେ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଡାଟା ଲିକ୍ ବିଷୟରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଏହି ଡିଟେଲସ୍ ଯଦି କୌଣସି ହ୍ୟାକର ହାତରେ ପଡିଯାଏ ତେବେ ସେ ବ୍ୟକ୍ତିକୁ ଆର୍ଥିକ କ୍ଷତି ପହଞ୍ଚାଇପାରେ ।

Get real time updates directly on you device, subscribe now.