fbpx

ବିଦ୍ୟୁତ୍ ବିଭ୍ରାଟ ; ଖୋଦ୍ ଶକ୍ତିମନ୍ତ୍ରୀଙ୍କ ସଭା ବିଜୁଳି କଟିଲା, ଗଣମାଧ୍ୟମ ସାମ୍ନାରେ ପାଟି ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ପାୱାର କଟ୍ ହେଉନାହିଁ । ପାୱାରର ଅଭାବ ଥିଲେ ପାୱର କଟ୍ କରାଯାଏ । ଆମ ପାଖରେ ଯଥେଷ୍ଟ ପରିମାଣର ପାଓା୍ୱର ସଞ୍ଚିତ ହୋଇ ରହିଛି । ତେଣୁ ରାଜ୍ୟରୂ କୌଣସି ସ୍ଥାନରେ ପାୱାର କଟ୍ କରାଯାଉନାହିଁ । କାଳବୈଶାଖୀ ଯୋଗୁଁ ଟ୍ରନ୍ସମିଟିର ଖରାପ ହେବା କରଣରୁ ବିଜୁଳି କଟୁଛି । ଏହା ପାୱର କଟ୍ ନୁହେଁ । ଗତ କିଛି ଦିନ ଧରି ଗଣମାଧ୍ୟମରେ ଏଭଳି କିଛି ମତାମତ ରଖୁଥିଲେ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ ଜେନା । କିନ୍ତୁ ଆଜି ତାଙ୍କ ନିଜ କଥା ନିଜ ସାମ୍ନାରେ ଭୁଲ ବୋଲି ପ୍ରମାଣ ହୋଇଛି । କାରଣ ଆଜି ଖୋଦ୍ ଶକ୍ତିମନ୍ତ୍ରୀଙ୍କ ସଭାରେ ବିଜୁଳୀ କଟିଯାଇଥିଲା ।

ବାଲେଶ୍ୱରରେ ଶକ୍ତିମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଦ୍ୟୁତ୍ କଟ୍ ହୋଇଛି । ବାହାନଗା ଶ୍ରଦ୍ଧାଞ୍ଜଳି ସଭାରେ ଆରମ୍ଭରେ ବିଦ୍ୟୁତ୍ କଟିଛି । ନଜେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ବିଦ୍ୟୁତ୍ କଟିଛି । କାଳବୈଶାଖୀ ନ ଥାଇ ପାଗ ଭଲ ଥିିବା ସତ୍ତେ୍ୱ ବିଦ୍ୟୁତ୍ କଟିଛି । ବିଜୁଳି କଟିବା ପରେ ଜେନେରେଟର ଯୋଗେ ଚାଲିଲା ସଭାକାର୍ଯ୍ୟ । ସଭାରେ ଶକ୍ତି ମନ୍ତ୍ରୀ ସହ ବହୁ ବରିଷ୍ଠ ମନ୍ତ୍ରୀ ଉପସ୍ଥିତି ଥିଲେ । ବିଜୁଳି କଟିବା ନେଇ ଗରମାଧ୍ୟମ ପ୍ରଶ୍ନ କରିବାରୁ କିଛି ଉତ୍ତର ନ ଦେଇ ଚାଲିଯାଇଥିଲେ ଶକ୍ତି ମନ୍ତ୍ରୀ ।

Get real time updates directly on you device, subscribe now.