fbpx
BJD SKY
BJD SKY

ରେସଲିଙ୍ଗ ଫେଡେରେସନ ବିବାଦ: ବୃଜଭୂଷଣଙ୍କ ବିରୋଧରେ ବୟାନ ଦେଇ ବଡ ଇଭେଣ୍ଟରୁ ବାହାରିଲେ ରେଫରୀ

BJD

ନୂଆଦିଲ୍ଲୀ: ରେସଲିଙ୍ଗ ଫେଡେରେସନ ଅଫ ଇଣ୍ଡିଆକୁ ନେଇ ବଢୁଛି ବିବାଦ । ଜୁନ୍ ୧୫ ତାରିଖ ସୁଦ୍ଧା ମାମଲାର କୌଣସି ସ୍ଥାୟୀ ସମାଧାନ ନ ହେଲେ ପୁଣିଥରେ ଧାରଣା କରିବା ପାଇଁ ଚେତାବନୀ ଦେଇଛନ୍ତି ରେସଲର । ଏହା ମଧ୍ୟରେ ଫେଡେରେସନର ଅଧ୍ୟକ୍ଷ ବୃଜଭୂଷଣଙ୍କ ଉପରେ ବୟାନ ଦେବା କୋଚ୍ ଏବଂ ରେଫରୀଙ୍କ ଉପରେ ଖୁବ ମହଙ୍ଗା ପଡିଛି । ଜଣେ କୋଚଙ୍କ ସମେତ ୨ ଜଣ ରେପରୀଙ୍କୁ ଏସିଆନ୍ ଚମ୍ପିଆନସିପରୁ ହଟାଇ ଦିଆଯାଇଛି ।

ଅଣ୍ଟର-୨୩ ଏବଂ ଅଣ୍ଡର-୧୭ କାଟାଗୋରୀରେ ଏସିଆନ୍ ଚମ୍ପିଆନସିପର ଆୟୋଜନ ୧୦ ତାରିଖରୁ ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ, ଇଣ୍ଟରନେସନାଲ ରେଫରୀ ଜଗବୀର ସିଂହଙ୍କ ସମେତ ଅଣ୍ଡର-୧୭ ଟିମର କୋଚ ରାଜୀବ ତୋମରଏବଂ ରେପରୀ ବିରେନ୍ଦ୍ର ମଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୃଜଭୂଷଣଙ୍କ ବିରୋଧରେ ବୟାନ ଦେବା ପରେ ଏମାନଙ୍କୁ ଏସିଆନ ଚମ୍ପିଆନସିପକୁ ପଠାଇବା ପାଇଁ ମନା ହୋଇଛି । କାରଣ ଜଗବୀରଙ୍କ ବୟାନ ସରକାରଙ୍କ ବିରୋଧରେ ଥିବା ଜଣାଯାଇଛି । ତେବେ ବୃଜଭୂଷଣଙ୍କ ଖୁବ ନିକଟତର ହେଉଛନ୍ତି ରାଜୀବ ଏବଂ ବିରେନ୍ଦ୍ର, ତେଣୁ ସେମାନଙ୍କ ନାମ ମଧ୍ୟ ଏହି ତାଲିକାରୁ ହଟାଇ ଦିଆଯାଇଛି ।

ସୂଚନା ଅନୁସାରେ, ଅଣ୍ଡର-୨୩ ଇଭେଣ୍ଟରେ ଭାରତର କେବଳ ଜଣେ ରେଫରୀ ସ୍ଥାନ ପାଇଛନ୍ତି । ସେହିପରି ଅଣ୍ଡର-୧୭ ଫ୍ରିଷ୍ଟାଇଲ କାଟାଗୋରୀର ରେସଲର କୋଚଙ୍କ ବିନା ମଇଦାନକୁ ଓହ୍ଲାଇବେ । ତେବେ ରେସଲିଙ୍ଗ ଫେଡେରେସନର ବୃଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନର ଅଭିଯୋଗ ଆସିଛି । ଏହାକୁ ନେଇ ଖେଳାଳିମାନେ ତାଙ୍କ ବିରୋଧରେ ଧାରଣା ଦେଇଛନ୍ତି ।

Get real time updates directly on you device, subscribe now.