fbpx

World Day Against Child Labour 2023 : ଶିଶୁ କଳାକାର କ’ଣ ଶିଶୁ ଶ୍ରମିକ ନୁହଁନ୍ତି ?

ନୂଆଦିଲ୍ଲୀ : ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ଦେଶରେ ଶିଶୁ ଶ୍ରମିକ ଏକ ଆଇନଗତ ଅପରାଧ । ଯଦି କୌଣସି ସ୍ଥାନରୁ ଶିଶୁ ଶ୍ରମିକ ଉଦ୍ଧାର ହୁଏ ତେବେ ସେହି ସଂସ୍ଥ ବିରୋଧରେ ବା ଶ୍ରମିକମାନଙ୍କର ମାଲିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଏ । ନାବାଳକ ପିଲାମାନଙ୍କୁ କାମ କରଇବା ଏକ ଆଇନଗତ ଅପରାଧ । ଭାରତରେ ଏହା ଉପରେ କଡା ଆଇନ ପ୍ରଣୟନ କରାଯାଇଛି । ଯଦିଓ ଅନେକ ଲୋକ ଯୁକ୍ତି କରନ୍ତି ଯେ ଯଦି ଶିଶୁ ଶ୍ରମିକ ଅପରାଧ, ତେବେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ରେ କିପରି ଶିଶୁ କଳାକାର ମାନେ ଅଭିନୟ କରୁଛନ୍ତି । ସେମାନଙ୍କ କ’ଣ ଶିଶୁ ଶ୍ରମିକ ନୁହଁନ୍ତି ଏବଂ ସେମାନଙ୍କ ପାଇଁ କ’ଣ କୌଣସି ନିୟମ ନାହିଁ । ଏହାକୁ ନେଇ ଅନେକ ପ୍ରଶ୍ନ ବା ଦ୍ୱନ୍ଦ୍ୱ ଦେଖାଯାଏ । ଯଦି ଆପଣ ମନରେ ମଧ୍ୟ ଏହି ଦ୍ୱନ୍ଦ୍ୱରେ ରହିଛି, ତେବେ ଆଜି ଆମେ ଏସବୁ ଦ୍ୱନ୍ଦ୍ୱ ଦୂର କରିବାକୁ ଚେଷ୍ଟା କରିବୁ ।

ଶିଶୁ କଳାକାର କାହିଁକି ଶିଶୁ ଶ୍ରମରେ ଆସେ ନାହିଁ?
ଦେଶରେ ଶିଶୁ ଶ୍ରମିକକୁ ରୋକିବା ପାଇଁ ନିୟମ ରହିଥିବାବେଳେ ଏହାକୁ ତଦାରଖ କରୁଛନ୍ତି ଅନେକ ଏନଜିଓ ସଂସ୍ଥା । ଯଦିଓ ଶିଶୁ ଶ୍ରମିକ ଦଣ୍ଡନୀୟ ଅପରାଧ, ତଥାପି ସବୁ ପିଲା ଧନୀ ଘରେ ଜନ୍ମ ହୁଅନ୍ତି ନାହିଁ । ପେଟକୁ ଦାନା ପାଇଁ କେତେକ ଶିଶୁ ଶ୍ରମିକ ହୋଇଯାଆନ୍ତି । ସେମାନଙ୍କ ପାଇଁ ତ କଠୋର ଆଇନ୍ ରହିଛି, ତେବେ ଶିଶୁ କଳାକାର ପାଇଁ କ’ଣ ଆଇନ୍ ରହିଛି । ସେମାନେ କ’ଣ ଶିଶୁ ଶ୍ରମିକରେ ଗଣା ନୁହଁନ୍ତି କି?

ଶିଶୁର ନିୟମ କ’ଣ?
ଲୋକଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଆସୁଥିବ ଯେ ଚଳଚ୍ଚିତ୍ର କିମ୍ବା ଟେଲିଭିଜନ୍ ରେ କାମ କରୁଥିବା ଶିଶୁ କଳାକାର ଶିଶୁ ଶ୍ରମିକ ଅର୍ନ୍ତଭୁକ୍ତ କି ନାହିଁ । କାରଣ ସେମାନେ ମଧ୍ୟ ଟଭି , ଚଳଚ୍ଚିତ୍ର ଓ ବିଜ୍ଞାପନରେ ଅଭିନୟ କରିବା ପାଇଁ ଦରମା ନିଅନ୍ତି ।

ସଂଶୋଧନ ନିୟମ ୨୦୧୭ ଅନୁଯାୟୀ, ଶିଶୁ କଳାକାରମାନଙ୍କ ପାଇଁ କିଛି ନିୟମ ରହିଛି । ଯାହାକୁ ମାନିବାକୁ ପ୍ରଯୋଜକ ସଂସ୍ଥା ବାଧ୍ୟ ଅଟେ । ଯେମିତି କି ଜଣେ ଶିଶୁ କଳାକାର ଦିନକୁ ସର୍ବାଧିକ ପାଞ୍ଚ ଘଣ୍ଟା କାମ କରିବ । ଏହା ମଧ୍ୟରେ ବିଶ୍ରମ ସମୟ ମଧ୍ୟ ସାମିଲ ରହିଛି । ସେହି ନିୟମରେ ଏହା ମଧ୍ୟ କୁହାଯାଇଛି ଯେ, କୌଣସି ଶିଶୁ ଲଗାତାର ୩ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରାଯାଇପାରିବ ନାହିଁ । ୩ ଘଣ୍ଟା ପରେ ବିଶ୍ରାମ କରିବାକୁ ଦିଆଯିବ ।

ଏହା ବ୍ୟତୀତ ନିର୍ମାତାମାନେ ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରୁ ଅନୁମତି ନେବା ଏବଂ ଏକ ଫର୍ମ ପୂରଣ କରିବା ମଧ୍ୟ ଆବଶ୍ୟକତା ରହିଛି । ଏହା ସହିତ ନିର୍ମାତାମାନଙ୍କୁ ଶିଶୁ କଳାକାରମାନଙ୍କର ଏକ ତାଲିକା ଦେବାକୁ ପଡିବ ଏବଂ ଏଥିପାଇଁ ପିଲାମାନଙ୍କର ପିତାମାତା କିମ୍ବା ଅଭିଭାବକଙ୍କ ସହମତି ରହିବା ମଧ୍ୟ ଆବଶ୍ୟକ । ଶିଶୁ କଳାକାରଙ୍କ ଯତ୍ନ ନେଇଥିବା ଲୋକଙ୍କ ନାଁ ମଧ୍ୟ ସେହି ଲିଷ୍ଟରେ ରହିବା ଆବଶ୍ୟବ । ତେବେ ଆମ ସିନେ ଇଣ୍ଡଷ୍ଟ୍ରି ଏହି ନିୟମ ମାନୁଛି କି ନାହିଁ ତାହା ଏବପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.