fbpx

ମାନିଗଲେ ରୋହିତ-ରାହୁଲ ଦ୍ରାବିଡ: ଏହି ୩ କାରଣ ପାଇଁ WTC Final-2023 ହାରିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ-୨୦୨୩ରେ ମଧ୍ୟ ଭାରତର ବିଫଳତା ଜାରି ରହିଛି । ଅଷ୍ଟ୍ରେଲିଆଠୁ ପରାଜୟ ବରଣ କରି ଆଉ ଏକ ଆଇସିସି ଟ୍ରଫି ଜିତିବାର ସୁଯୋଗ ହାତଛଡା କରିଛି ଟିମ୍ ଇଣ୍ଡିଆ । ଏହି ପରାଜୟ ପରେ ସମସ୍ତ ଭାରତୀୟ ଏବଂ କ୍ରିକେଟପ୍ରେମୀ ଅସନ୍ତୋଷ ଜାହିର କରିଛନ୍ତି । ଏହି ପରାଜୟ ପାଇଁ ଅନେକ କାରଣ ଦର୍ଶା ଯାଉଛି । ତେବେ ଏହା ମଧ୍ୟରେ ଭାରତୀୟ ଦଳର କୋଚ୍ ରାହୁଲ ଦ୍ରାବିଡ ଏକ ବୟାନ ଦେଇଛନ୍ତି । ଯେଉଁଥିପାଇଁ ଭାରତ ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଛି ।

୧. ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି: ଇଂଲଣ୍ଡର କେନିଙ୍ଗଟନ ଓଭାଲ ମଇଦାନରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ ଭାରତର ଅଧିନାୟକ ରୋହିତ ଶର୍ମା । ଏହାକୁ ଭୁଲ ନିଷ୍ପତ୍ତି ବୋଲି କୁହାଯାଉଛି । କାରଣ ଏହି ମଇଦାନରେ ପ୍ରଥମ ଥର ପାଇଁ କୌଣସି ଅଧିନାୟକ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ପିଚରେ ଘାସ ଥିବାରୁ ପେସ ବୋଲରଙ୍କୁ ସୁହାଇବ ବୋଲି କହିଥିଲେ ରୋହିତ, ଯାହ।। ପ୍ରଥମ ଦିନରୁ ହିଁ ଭୁଲ ପ୍ରମାଣିତ ହୋଇଥିଲା ।

୨. ଉଭୟ ପାଳିରେ ଫେଲ ମାରିଲା ଟପ୍ ଅର୍ଡର: ଭାରତୀୟ ଦଳର ଟପ୍ ଅର୍ଡର ଉଭୟ ପାଳିରେ ଫେଲ ମାରିଛି । ଅଧିନାୟକ ରୋହିତ ଶର୍ମାଙ୍କ ସହ ଷ୍ଟାର ଓପନର ଶୁଭମନ ଗିଲ ମଧ୍ୟ ବଡ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ଏହାବ୍ୟତୀତ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିଲେ । ଏହାପରେ ଭାରତର ରନ୍ ମେସିନ ବିରାଟ କୋହଲିଙ୍କ ବ୍ୟାଟ ମଧ୍ୟ ଏହି ମ୍ୟାଚର ଉଭୟ ପାଳିରେ ଶାନ୍ତ ରହିଥିଲା । ତେବେ ଅଜିଙ୍କ୍ୟା ରାହାଣେ ପ୍ରୟାସ କରିଥିଲେ ହେଁ ଏହା ଦଳ ପାଇଁ ଯଥେଷ୍ଟ ନଥିଲା ।

୩. ଆଇପିଏଲରେ ହିରୋ ରେ ଜିରୋ: ଭାରତର ଏହି ଲଜ୍ଜାଜନକ ପରାଜୟର ଆଉ ଏକ ପ୍ରମୁଖ କାରଣ ପାଲଟିଛନ୍ତି ଆଇପିଏଲର ସୁପରଷ୍ଟାର । ଆଇପିଏଲରେ ଟିମ୍ ଇଣ୍ଡିଆର ବିରାଟ କୋହଲି(୨) ଏବଂ ଶୁଭମନ ଗିଲ(୩) ଶତକ ହାସଲ କରିଥିଲେ । ଶୁଭମନ ଗିଲ ଅରେଞ୍ଜ କ୍ୟାପ ବିଜୟୀ ହୋଇଥିବା ବେଳେ ବିରାଟ କୋହଲି ମଧ୍ୟ ଏହି ତାଲିକାରେ ସାମିଲ ଥିଲେ । କିନ୍ତୁ ଫାଇନାଲ ମ୍ୟାଚରେ ଦୁଇ ଖେଳାଳି ଫ୍ଲପ ଶୋ’ ଦେଖାଇଛନ୍ତି । ସେହିପରି ଆଇପିଏଲର ପର୍ପଲ କ୍ୟାପ ହୋଲ୍ଡର ମହମ୍ମଦ ଶାମୀ ମଧ୍ୟ ଟେଷ୍ଟ ଫାଇନାଲରେ ନିରାଶ କରିଛନ୍ତି । ଯାହାଫଳରେ ଭାରତକୁ ଏକ ବିରାଟ ପରାଜୟର ସାମନା କରିବାକୁ ପଡିଛି ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ ରନ କରିଥିବା ବେଳେ ଟିମ୍ ଇଣ୍ଡିଆ ମାତ୍ର ୨୯୬ ରନ୍ କରି ଅଲ-ଆଉଟ ହୋଇଥିଲା । ଏହାପରେ ଦ୍ୱିତୀୟ ପାଳିରେ ଭାରତକୁ ୪୪୪ରନର ଲକ୍ଷ୍ୟ ଦେଇଥିଲା ଅଷ୍ଟ୍ରେଲିଆ ଦଳ । ତେବେ ଭାରତ ମାତ୍ର ୨୩୪ ରନ କରିବାରେ ସକ୍ଷମ ହୋଇ ପାରିଥିଲା । ଫଳରେ ୨୦୯ ରନ୍ ପଛରେ ରହି ବିଶ୍ୱ ଟେଷ୍ଟ ଚମ୍ପିଆନସିପକୁ ମଧ୍ୟ ହାତଛଡା କରିଛି ଭାରତ ।

Get real time updates directly on you device, subscribe now.