fbpx

ଡ୍ରଗ୍ସ ପାଇଁ ୧୦ ଟଙ୍କା ନଦେବାରୁ ସାଙ୍ଗକୁ ପଥରରେ ଛେଚି ହତ୍ୟା କଲା ସାଙ୍ଗ

AAKASH

ନୂଆଦିଲ୍ଲୀ: ମାତ୍ର ୧୦ ଟଙ୍କା ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ । ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା କରିବାକୁ ପଛାଇଲେ ନାହିଁ ଅନ୍ୟ ଜଣେ ବନ୍ଧୁ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପଶ୍ଚିମବଙ୍ଗର ସିଲିଗୁଡ଼ିିରେ ଦେଖିବାକୁ ମିଳିଛି । ଜଣେ ୨୦ ବର୍ଷ ଯୁବକଙ୍କୁ ତାଙ୍କ ବନ୍ଧୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ କହିଛି ଯେ ମୃତ ଯୁବକ ରାମପ୍ରସାଦ ସାହାଙ୍କ ମୃତଦେହ ବୈକୁଣ୍ଠପୁର ଜଙ୍ଗଲରୁ ମିଳିଥିଲା । ତଦନ୍ତରୁ ଜାଣିବାକୁ ମିଳିଛି ଯେ ରାମପ୍ରସାଦ ସାହା ଜଣେ ନିଶା ସେବକ ଏବଂ ନିଶା ସେବନ ପାଇଁ ନିୟମିତ ଭାବେ ଜଙ୍ଗଲକୁ ଯାଇଥାନ୍ତି ।

ତେବେ ସେ ସୋମବାର ନିଜ ସାଙ୍ଗ ସୁବ୍ରତ ଦାସ ଏବଂ ଅଜୟ ରାୟଙ୍କ ସହ ଜଙ୍ଗଲକୁ ଯାଇଥିଲେ । ନିଶାସକ୍ତ ଅବସ୍ଥାରେ ରାମପ୍ରସାଦ ସାହା ଜାଣିବାକୁ ପାଇଥିଲେ ଯେ ତାଙ୍କ ପାଖରେ ଟଙ୍କା ନାହିଁ ଏବଂ ପରେ ସେ ସୁବ୍ରତ ଦାସଙ୍କୁ ଅଧିକ ଡ୍ରଗ୍ସ କିଣିବାକୁ ୧୦ ଟଙ୍କା ମାଗିଥିଲେ । ବିବାଦର କାରଣ ଏହି ଘଟଣାରୁ ଆରମ୍ଭ ହୋଇଥିଲା ବୋଲି ପୋଲିସ କହିଛି । ବିବାଦ ବଢିବାରୁ ସୁବ୍ରତ ଦାସ ରାମ ପ୍ରସାଦ ସାହାଙ୍କୁ ପଥରରେ ଛେଚି ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ବୁଧବାର ରାତିରେ ସିଲିଗୁଡ଼ି ମେଟ୍ରୋ ପୋଲିସର ଆସିଘର ଥାନା ଅଧିକାରୀମାନେ ସୁବ୍ରତ ଦାସ ଏବଂ ଅଜୟଙ୍କୁ ଗିରଫ କରିଥିଲେ । ଏହା ପରେ ମାମଲାର ସମାଧାନ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ତାଙ୍କୁ ପଚରାଉଚରା କରିବାରେ ଲାଗିଛି ।

Get real time updates directly on you device, subscribe now.