fbpx
BSKY
BJD YOUTH SKY
BJD MS SKY

ପୋଷା ବିଲେଇ କାମୁଡ଼ିବାରୁ ଝଟପଟ ହୋଇ ମରିଗଲେ ୩୩ ବର୍ଷୀୟ ଯୁବକ: ୧୫ ଥର ଅପରେସନ ପରେ ବି ବଞ୍ଚାଇପାରିଲେନି ଜୀବନ !

ନୂଆଦିଲ୍ଲୀ: ଲୋକମାନେ ନିଜ ସଉକ୍ ପାଇଁ ଘରେ ଗୃହପାଳିତ ପଶୁମାନଙ୍କୁ ରଖନ୍ତି । ପ୍ରାୟତଃ ଘରମାନଙ୍କରେ କୁକୁର ଓ ବିଲେଇମାନଙ୍କୁ ଅଧିକ ପାଳନ୍ତି । ସାଧାରଣତଃ ଆପଣମାନେ ଖେଳ ଖେଳରେ ସେମାନଙ୍କ ପାଟିରେ ହାତ ପୂରାଇ ଦିଅ, କିନ୍ତୁ ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ କୁକୁର ଓ ବିଲେଇମାନଙ୍କ ସହ କୌଣସି ମଜାକ୍ କରିବେ ନାହିଁ ।

କୁହାଯାଏ କି, ଗୃହପାଳିତ ପଶୁମାନଙ୍କୁ ଠିକ୍ ସମୟରେ ଟିକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୩୩ ବର୍ଷୀୟ ହେନରିକଙ୍କୁ ତାଙ୍କ ଘରେ ଥିବା ବିଲେଇମାନଙ୍କ ମଧ୍ୟରୁ ଗୋଟିଏ ବିଲେଇ କାମୁଡ଼ିଥିଲା । କିନ୍ତୁ ସେ ଜାଣିନଥିଲେ କି ଏହା ତାଙ୍କ ମୃତ୍ୟୁର କାରଣ ପାଲଟିବ । ୧୫ ଅପରେସନ କଲା ପରେବି ତାଙ୍କୁ ଯନ୍ତ୍ରଣାଦାୟକ ମୃତ୍ୟୁରୁ ରକ୍ଷା କରିପାରିଲେ ନାହିଁ ଡାକ୍ତର । ଡେଲି ମେଲର ରିପୋର୍ଟ ଅନୁଯାୟୀ, ତାଙ୍କୁ ଏକ ମାସ ପର୍ଯ୍ୟନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା, ଯାହା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଡେନମାର୍କର ବାସିନ୍ଦା ହେନରିକ୍ କ୍ରିଗବାମ୍ ପ୍ଲାଟନର୍ ୨୦୧୮ ରେ ଏକ ବିଲେଇ ଏବଂ ଏହାର ପିଲାମାନଙ୍କୁ ପାଳିବା ଆରମ୍ଭ କରିଥିଲେ । ସେ ସେମାନଙ୍କୁ ସିଫ୍ଟ କରିବା ପାଇଁ ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଆଙ୍ଗୁଠି କାମୁଡ଼ିଥିଲା । ହେନରିକ ଏହାକୁ ଥଟ୍ଟା ଭାବରେ ଗ୍ରହଣ କରୁଥିଲେ, କିନ୍ତୁ ଅଳ୍ପ ସମୟ ମଧ୍ୟରେ ତାଙ୍କ ହାତ ଏତେ ଫୁଲିଗଲା ଯେ ସେ ଡାକ୍ତରଖାନାରେ ପହଞ୍ଚିଥିଲେ । ଡାକ୍ତରମାନେ ତାଙ୍କୁ ଭର୍ତ୍ତି କରିଥିଲେ ଏବଂ ସେ ସେଠାରେ ମାସେ ପର୍ଯ୍ୟନ୍ତ ରହିଲେ । ଏହି ସମୟରେ ତାଙ୍କର ୧୫ ଟି ଅପରେସନ୍ ହୋଇଥିଲା, କିନ୍ତୁ କିଛି ବି ରେଜଲ୍ଟ ମିଳିଲାନି । ଘଟଣାର ୪ ମାସ ପରେ ତାଙ୍କ ଆଙ୍ଗୁଠି ସଠିକ୍ ଭାବରେ କାମ କରୁନଥିଲା, ଯାହା ପରେ ଡାକ୍ତରମାନେ ଆଙ୍ଗୁଳିର ଏକ ଅଂଶ କାଟିଦେବାକୁ ନିଷ୍ପତ୍ତି ନେଇଥିଲେ ।

ଆଙ୍ଗୁଠି କାଟିବା ପରେ ମଧ୍ୟ ହେନରିକଙ୍କୁ ଆରାମ ମିଳିନଥିଲା । ତାଙ୍କ ମାଙ୍କ କହିବା ଅନୁଯାୟୀ, ଏହି ଘଟଣା ହେତୁ ହେନରିକଙ୍କ ଇୁମ୍ୟନିଟି ଅତ୍ୟନ୍ତ ଖରାପ ହୋଇଥିଲା । ସେ ନିମୋନିଆ, ଥାଇରଏଡ ଏବଂ ମଧୁମେହ ରୋଗରେ ପୀଡିତ ହେଲେ ଏବଂ ଶେଷରେ ଚଳିତ ବର୍ଷ ଅକ୍ଟୋବରରେ ତାଙ୍କର ମୃତ୍ୟୁ ହୋଇଗଲା । ତେବେ ବିଲେଇ କାମୁଡ଼ିବା ଯୋଗୁଁ ସେ ମାଂସ ଖାଉଥିବା ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ହେନରିକଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀଙ୍କର ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥଇଲା । ଏଭଳି ପରିସ୍ଥିତିରେ ବିଲେଇ କାମୁଡ଼ିବା ଘଟଣାକୁ କେବେ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ, ଏହା ସାଂଘାତିକ ହୋଇପାରେ ।

 

Get real time updates directly on you device, subscribe now.