fbpx
BSKY SKY
BSKY SKY

୧୯ ଡିସେମ୍ବରରୁ ଶସ୍ତା ସୁନା ବିକିବେ ମୋଦୀ ସରକାର, ଆପଣଙ୍କ ବି ନେଇପାରିବେ ଏହାର ଫାଇଦା

BSKY

ନୂଆଦିଲ୍ଲୀ: ଯଦି ଆପଣ ସୁନା ମାଧ୍ୟମରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ମୋଦୀ ସରକାର ଆପଣଙ୍କ ପାଇଁ ଏକ ଉପହାର ଆଣୁଛନ୍ତି । ତେବେ ଚର୍ଚ୍ଚିତ ସରକାରୀ ଗୋଲ୍ଡ ବଣ୍ଡ (ଏସଜିବି) ଯୋଜନା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନା ଅଧୀନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ପର୍ଯ୍ୟାୟରେ ସରକାରୀ ଗୋଲ୍ଡ ବଣ୍ଡ ସ୍କିମ୍ ଜାରି କରିବ । ଏହି ଯୋଜନାଗୁଡିକ ଡିସେମ୍ବର ଏବଂ ମାର୍ଚ୍ଚରେ ନିବେଶ ପାଇଁ ଖୋଲିବ ।

ପ୍ରଥମ ପର୍ଯ୍ୟାୟରେ କେବେ ଖୋଲିବ: ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ପ୍ରଥମ ପର୍ଯ୍ୟାୟରେ ସରକାରୀ ଗୋଲ୍ଡ ବଣ୍ଡ ଯୋଜନା ମାଧ୍ୟମରେ ଡିସେମ୍ବର ୧୯ ରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ନିବେଶ କରିପାରିବେ । ଦ୍ୱିତୀୟ ପର୍ଯ୍ୟାୟରେ୬ ମାର୍ଚ୍ଚ ରୁ ୧୦ ପର୍ଯ୍ୟନ୍ତ ନିବେଶର ସୁଯୋଗ ମିଳିବ । ଭାରତ ସରକାରଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଏହି ବଣ୍ଡ ଜାରି କରିବ ।

କେଉଁଠାରେ ବିକ୍ରି ହେବ: ବାଣିଜ୍ୟିକ ବ୍ୟାଙ୍କ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍, କ୍ଲିୟରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଡାକଘର ଏବଂ ବିଏସଇ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ମାଧ୍ୟମରେ ସୁନା ବଣ୍ଡ ବିକ୍ରି ହେବ । ତେବେ ସୁନା ବଣ୍ଡର କାର୍ଯ୍ୟକାଳ ଆଠ ବର୍ଷ ରହିଛି । ଏଥିରେ ନିବେଶକମାନେ ଅର୍ଦ୍ଧ ବାର୍ଷିକ ଭିତ୍ତିରେ ବାର୍ଷିକ ୨.୫୦ ପ୍ରତିଶତ ସୁଧ ପାଆନ୍ତି । ଏଥିରେ ସର୍ବାଧିକ ଚାରି କିଲୋଗ୍ରାମ କ୍ରୟ କରାଯାଇପାରିବ ।

Get real time updates directly on you device, subscribe now.