fbpx

ଲେମ୍ବୁପାଣି ବିକି ପାଲଟିଗଲେ କୋଟିପତି: ମାତ୍ର ୧୧ ବର୍ଷ ବୟସରେ ଏମିତି କରିସ୍ମା

ନୂଆଦିଲ୍ଲୀ: ଦୁନିଆରେ ପ୍ରାୟ ସବୁ ମଣିଷଙ୍କର ଗୋଟିଏ ଇଚ୍ଛା ଥାଏ କି ସେ କୋଟିପତି ହେବେ । ଯାହାକି ପ୍ରାୟତଃ କଷ୍ଟକର ହୋଇଥାଏ । କିଛି ଲୋକ ନିଜ ଲକ୍ଷ୍ୟରେ ପହଞ୍ଚି ସଫଳତା ପାଇ ଯାଆନ୍ତି ତ ଆଉ କିଛି ଲୋକଙ୍କ ସ୍ୱପ୍ନ ଅଧାରେ ରହିଯାଏ । କୋଟିପତି ହେବା ପାଇଁ ଖୁବ ପରିଶ୍ରମ ଏବଂ ଅନେକ ବର୍ଷ ଲାଗିଥାଏ । କିନ୍ତୁ ଜଣେ ୧୧ ବର୍ଷୀୟ ନାବାଳିକା କୋଟିପତି ପାଲଟିଯାଇଛନ୍ତି । ତେବେ ଉପାୟ ଜାଣିଲେ ଆପଣ ବିଶ୍ୱାସ କରିପାରିବେନି । ଲେମ୍ବୁ ପାଣି ବିକି କୋଟିପତି ହୋଇଛନ୍ତି ଏହି ନାବାଳିକା ।

ମିକାଇଲା ଉଲମେର ନାମକ ଜଣେ ନାବାଳିକା ଏଭଳି ଏକ ଅଦ୍ଭୁତ କାରନାମା କରି ଦେଖାଇଛନ୍ତି । ଏବେ ମିକାଇଲା ୧୭ ବର୍ଷରେ ପାଦ ଥାପିଛନ୍ତି । କିନ୍ତୁ ୧୧ ବର୍ଷର ଥିବା ବେଳେ ଲେମ୍ବୁ ପାଣି ବିଜନେସ ଆରମ୍ଭ କରିଥିଲେ । ଲେମନେଡ ନାମକ ଏକ ଏକ ବ୍ରାଣ୍ଡ ନିଜ ନାମରେ ବନେଇଥିଲେ ମିକାଇଲା । ଏହା ଧିରେ ଧିରେ ଖୁବ ଲୋକପ୍ରିୟ ହୋଇଥିଲା । ପରେ ୨୦୧୬ରେ ସୁପର ମାର୍କେଟ କମ୍ପାନୀ ହୋଲ ଫୁଡ୍ସ ମାର୍କେଟ ତାଙ୍କ ସହ ଏକ ଡିଲ କରିଥିଲା । ଏହି ଚୁକ୍ତି ସହ ମିକାଇଲାଙ୍କୁ ୮୫ କୋଟିରୁ ଅଧିକ ଟଙ୍କା ମିଳିଥିଲା । ଯାହାଦ୍ୱାରା ସେ କୋଟିପତି ପାଲଟି ଯାଇଥିଲେ । ଏହାପରେ ଗୋଟି ଗୋଟି କରି ଅନେକ ସଫଳତା ନିଜ ନାମରେ କରିଥିଲେ ।

କେବଳ ସେତିକି ନୁହେଁ, ୨୦୧୫ ମସିହାରେ ଟିଭି ଶୋ’ ଶାର୍କ ଟ୍ୟାଙ୍କରେ ମଧ୍ୟ ତାଙ୍କୁ ଡାକରା ଆସିଥିଲା । ଏହାପରେ ସେ ୪୬ ଲକ୍ଷ ଟଙ୍କା ନିବେଶ କରିବାରେ ସଫଳ ହେଲେ ମିକାଇଲା । ହୋଲ ଫୁଡ୍ସ ମାର୍କେଟ ସହ ତାଙ୍କ ୮୫ କୋଟିରୁ ଅଧିକ ଟଙ୍କାର ଚୁକ୍ତି ତାଙ୍କ ପାଇଁ ସର୍ବଶ୍ରେଷ୍ଠ ଡିଲ ରହିଥିଲା ।

Get real time updates directly on you device, subscribe now.