fbpx

ଜୀବନ ବଞ୍ଚାଇଦେଲେ CISF : ଅକ୍ଷରଧାମ ମେଟ୍ରୋ ଷ୍ଟେସନରୁ ଡେଇଁ ପଡିଲେ ଯୁବତୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅକ୍ଷରଧାମ ମେଟ୍ରୋ ଷ୍ଟେସନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୨ ନମ୍ବର ପ୍ଲାଟଫର୍ମରେ ଚଢି ଜଣେ ଯୁବତୀ ୫୦ ଫୁଟକୁ ତଳକୁ ଡେଇଁ ପଡିଛନ୍ତି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା CISF ଯବାନ ମହିଳାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା ପରେ ସେଥିରେ ସଫଳ ହୋଇଛନ୍ତି । ଉପସ୍ଥିତ ବୁଦ୍ଧି ଏବଂ ତତ୍ପରତା ଯୋଗୁଁ ଯୁବତୀଙ୍କର ଜୀବନ ରକ୍ଷା କରିବାରେ ସଫଳ ହୋଇ ପାରିଛି CISF ଟିମ ।

ସୂଚନା ଅନୁଯାୟୀ, ଆତ୍ମହତ୍ୟା ଉଦ୍ୟମ କରି ଜଣେ ମହିଳା ପ୍ଲାଟଫର୍ମର ଉପରକୁ ଚଢି ଯାଇଥିଲେ । ଏହି ସମୟରେ ତାଙ୍କୁ ସୁରକ୍ଷିତ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ଉପରେ ନିୟୋଜିତ ହୋଇଥିବା CISF ଯବାନ । ଯବାନମାନେ ବୁଝାସୁଜା କରିବା ବେଳେ କିଛି ନ ବିଚାରି ହଠାତ ମହିଳା ଜଣକ ୫୦ ଫୁଟ ଉଚ୍ଚରୁ ଡେଇଁ ପଡିଥିଲେ । କିନ୍ତୁ ସେତେବେଳକୁ ୱୟାରଲେସ ଫୋନ ମାଧ୍ୟମରେ ମହିଳାଙ୍କୁ ଜୀବନରକ୍ଷା ପାଇଁ ସଜାଗ ହୋଇସାରିଥିଲେ ଯବାନ । ଅନ୍ୟ ସାଥୀମାନେ କମ୍ବଳର ଯୋଗାଡ କରି ମହିଳାଙ୍କୁ ଧରିବା ପାଇଁ ତଳେ ପ୍ରସ୍ତୁତ ରହିଥିଲେ । ମହିଳା ଜଣକ ଛାତରୁ ପଡିବା ପୂର୍ବରୁ କମ୍ବଳ ସାହାଯ୍ୟରେ ତାଙ୍କୁ ଧରି ପକାଇଥିଲେ ଯବାନ ।

ତେବେ ୫୦ ପୁଟ ଉଚ୍ଚରୁ ପଡିବାରୁ ମହିଳାଙ୍କ ଦେହରେ ଏବଂ ଗୋଡରେ କିଛି ଆଘାତ ଲାଗିଛି । କିନ୍ତୁ ଯବାନମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ନିରୀହ ଜୀବନ ବଞ୍ଚିଯାଇଛି । ଘଟଣା ପରେ ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଖବର ଦିଆଯାଇ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ । ସେପଟେ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.