fbpx

(Video) ଉଚ୍ଚତା କମ୍ ଥବାରୁ ମିଳୁନଥିଲା ଚାକିରି, ବିଧାୟକ ନିଜେ କଲେ ପୋଷ୍ଟ: ଏହାପରେ ହେଲା ଏମିତି…

କେବେ କେବେ ସୋସିଆଲ ମିଡିଆ କେବଳ ଚର୍ଚ୍ଚାର ମାଧ୍ୟମ ନ ସାଜି ଅନେକଙ୍କ ଜୀବନ ପରିବର୍ତ୍ତନ କରିଦିଏ । ସୋସିଆଲ ମିଡିଆ ଯୋଗୁଁ ଅନେକ ରାତାରାତି ପାଲଟିଯାନ୍ତି ଚର୍ଚ୍ଚିତ ଚେହେରା । ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଜଣେ ୨୮ ବର୍ଷୀୟ ଯୁବକ ତାଙ୍କର ବାମନ ଅବସ୍ଥା ପାଇଁ ଚାରିଆଡେ ଚାକିରୀ ଖୋଜି ନିରାଶ ହୋଇପଡିଥିଲେ । ହେଲେ ତାଙ୍କ ଭାଗ୍ୟ ଖୋଲି ଦେଇଛି ସୋସିଆଲ ମିଡିଆର ଏକ ଛୋଟ ପୋଷ୍ଟ ।

ଏହି ବାମନ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଗ୍ୱାଲିୟରର ଅଙ୍କେଶ କୋଶଥି । ସେ ଜଣେ ଉଚ୍ଚ ଶିକ୍ଷିତ, ଏମବିଏ ପରେ ଦୀର୍ଘ ୨ ବର୍ଷ ଧରି ଚାକିରି ଖୋଜିବାରେ ଲାଗି ପଡିଥିଲେ । ହେଲେ ତାଙ୍କର ଉଚ୍ଚତା କମଥିବା କାରଣରୁ ସବୁଠାରେ ନିରାଶ ହେବାକୁ ପଡୁଥିଲା । ତାଙ୍କର ଏହି ଅସୁବିଧା ବିଷୟରେ ଦକ୍ଷିଣ ଗ୍ୱାଲିୟରର ବିଧାୟକ ପ୍ରବିଣ ପାଠକ ଜାଣିବାକୁ ପାଇଲେ । ବିଧାୟକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅଙ୍କେଶଙ୍କ ବିଷୟରେ ସମ୍ପୁର୍ଣ୍ଣ ବିବରଣୀ ଦେଇ ଏକ ପୋଷ୍ଟ କରିବା ପରେ ଅଙ୍କେଶଙ୍କୁ ୪୦ ସ୍ଥାନରେ ଚାକିରି ପାଇଁ ଅଫର ଆସିଛି ।

ଅଙ୍କେଶ ସରଳ ଓ ଶିକ୍ଷିତ ହୋଇଥିବାରୁ ସେ ଚାକିରି ପାଇବା ଉଚିତ ମନେ କରି ବିଧାୟକ ଏହି ପୋଷ୍ଟ କରିଥିଲେ । ଅଙ୍କେଶଙ୍କର ୨ ଭାଇ ଭଉଣୀ ଥିବା ବେଳେ ତାଙ୍କ ବାପା ଜଣେ ଦରଜୀ ଓ ମା ଏକ କାରଖାନାରେ କାମ କରନ୍ତି । ଏକ ଆଧାରକାର୍ଡ ସଂଶୋଧନ କାମରେ ଆସିଥିବା ସମୟରେ ସେ ବିଧାୟକ ପାଠକଙ୍କୁ ଭେଟିଥିଲେ । ତାଙ୍କ ଅସୁବିଧାକୁ ଅନୁଭବ କରି ବିଧାୟକ ତାଙ୍କ ପାଇଁ ପୋଷ୍ଟ କରିଥିଲେ । ସତରେ ଯଦି ଦେଶର ପ୍ରତେକ ନେତା ଜନତାଙ୍କ ଅସୁବିଧାକୁ ବୁଝି ପାରନ୍ତେ ତେବେ ଦେଶର ପ୍ରଗତିରେ ବାଧା ଆସନ୍ତା ନାହିଁ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.