fbpx
BSKY
BJD SHG SKY
BJD YOUTH SKY

ମିଳିବ ସରକାରୀ ଚାକିରି: ୨୭ ତାରିଖରୁ ଏହି ପଦବୀ ପାଇଁ କରନ୍ତୁ ଆବେଦନ

ବିହାର: ଆଜିକାଲି କୌଣସି ସ୍ଥାନରେ ଚାକିରି ପାଇବା ପାଇଁ ଅନେକ ପିଲା ଖୋଜି ବୁଲୁଛନ୍ତି । ଏହା ଉପରେ ସବୁଠୁ କଷ୍ଟ ପାଲଟିଯାଇଛି ସରକାରୀ ଚାକିରି ହାସଲ କରିବା । ତେବେ ଏହାମଧ୍ୟରେ ବିହାର ସରକାରଙ୍କ ପକ୍ଷରୁ ବଡ ଆବେଦନ ଗ୍ରହଣ କରାଯାଉଛି । ବିହାର ଲୋସେବା ଆୟୋଗ(ବିପିଏସସି) ନିଜ ଅଫିସିଆଲ ୱେବସାଇଟରେ ୩୨ତମ ବିହାର ନ୍ୟାୟିକ ସେବା ପ୍ରତିଯୋଗୀ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ମାର୍ଚ୍ଚ ୨୭ ତାରିଖ ସୁଦ୍ଧା ଆବେଦନ କରିପାରିବେ ।

ସୂଚନା ଅନୁସାରେ, ବିପିଏସସି ପକ୍ଷରୁ ମୋଟ ୧୫୫ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ୨୭ ତାରିଖରୁ ମାର୍ଚ୍ଚ ୨୭ ତାରିଖ ମଧ୍ୟରେ ଏହି ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ତେବେ କୌଣସି ବିଶ୍ୱବିଦ୍ୟାଳୟରୁ ଲ’ ଗ୍ରାଜୁଏଟ କରିଥିବା ଆବଶ୍ୟକ । ତେବେ ଏଥିରେ ୩ଟି ପର୍ଯ୍ୟାୟ ପରୀକ୍ଷା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଏହି ବିଜ୍ଞପ୍ତି ଦ୍ୱାରା ମୋଟ ୧୫୫ଟି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ । ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୨ରୁ ୩୫ ବର୍ଷ ବୟସ ହୋଇଥିବା ଆବଶ୍ୟକ । ତେବେ ମହିଳା ପ୍ରାର୍ଥୀଙ୍କ ବୟସ ୨୨-୪୦ ବର୍ଷ ହେବା ଆବଶ୍ୟକ । ତେବେ ରିଜର୍ଭ କାଟାଗୋରୀା ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁସାରେ ବୟସସୀମାରେ ରିହାତି ମିଳିପାରିବ ।

ବିପିଏସସିରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ଅନୁଦାନପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଲ’ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ । ଏହାସହିତ ଆବେଦନ କରିବା ପାଇଁ ଜେନେରାଲ, ଓବିସି ଏବଂ ଅନ୍ୟ ରାଜ୍ୟର ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୬୦୦ଟଙ୍କା ଫିସ ଦେବାକୁ ପଡିବ । ତେବେ ଏସସି, ଏସଟି, ଦିବ୍ୟାଙ୍ଗ ଏବଂ ମହିଳା ପ୍ରାର୍ଥୀମାନଙ୍କୁ ଏଥିପାଇଁ ୧୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଆବେଦନ କରିବାର ପ୍ରକ୍ରିୟା:-

ବିପିଏସସିରେ ନିଯୁକ୍ତିକୁ ନେଇ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ମାର୍ଚ୍ଚ ୨୭ ତାରିଖ କିମ୍ବା ଏହା ପୂର୍ବରୁ ଅନଲାଇନ ଆବେଦନ କରିପାରିବେ । ଅନଲାଇନ ଆବେଦନ ପ୍ରକ୍ରିୟା ଫେବୃଆରୀ ୨୭ ତାରିଖରୁ ଆରମ୍ଭ ହେବ ।

Get real time updates directly on you device, subscribe now.