fbpx
BSKY
BJD MC SKY
BJD YOUTH SKY

୭୧ ବର୍ଷ ପରେ ପାଣି ଭିତରୁ ବାହାରିଲା ଗାଁ; NETFLIXରେ ତିଆରି ହୋଇ ସାରିଛି ଫିଲ୍ମ

ନୂଆଦିଲ୍ଳୀ: ଦୀର୍ଘ ଦଶନ୍ଧି ପୂର୍ବରୁ କ୍ୟୁରୋନ୍ ନାମକ ଏହି ଗାଁ ଅଷ୍ଟ୍ରିଆ ଓ ସ୍ୱିଜରଲ୍ୟାଣ୍ଡର ସୀମାରେ ଅବସ୍ଥିତ । ସାଉଥ ଟାଇରୋଲ୍ ପୂର୍ବରୁ ଏହା ଅଷ୍ଟ୍ରିଆର ଏକ ଅଂଶ ଥିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହା ଇଟାଲି ଦ୍ୱାରା ମିଶିଥିଲା । ଏହି ଗାଁ’ରେ ଶହଶହ ଲୋକ ବାସ କରୁଥିଲେ । ମାତ୍ର ୭୧ ବର୍ଷ ପୂର୍ବେ ଏକ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଏହି ଦେଶର ସରକାର ଏକ ବନ୍ଧ ନିର୍ମାଣ କରିଥିଲେ । ଏହି ୧୯୫୦ ମସିହାରେ ଏହି ଜଳଭଣ୍ଡାର ନିର୍ମାଣ ପାଇଁ ଦୁଇଟି ହ୍ରଦକୁ ମିଶାଇ ଦିଆଯାଇଥିଲା । ଏହାପୋର ଏହି ଗାଁ’ଟି ଜଳମଗ୍ନ ହୋଇଗଲା । ଗାଁ ପାଣିରେ ବୁଡିଯିବାରୁ ସେଠାରେ ବସବାସ କରୁଥିବା ଲୋକ ନିକଟସ୍ଥ ଏକ ନୂତନ ଗାଁକୁ ଚାଲିଗଲେ ।

ଇଟାଲିର ଦକ୍ଷିଣ ଟାଇରୋଲର ପଶ୍ଚିମ ଭାଗରେ ଅବସ୍ଥିତ ଜଳଭଣ୍ଡାରରେ, ଯେତେବେଳେ ମରାମତି କାର୍ୟ୍ୟ ଆରମ୍ଭ ହେଲା ଏହାର ଜଳ ସାମୟିକ ଭାବରେ ଶୁଖିଗଲା । ପାଣି ଶୁଖିବା ପରେ ଏହି ଗାଁ ର ଅବଶେଷ ଦେଖିବାକୁ ମିଳିଥିଲା । ଲେଖକ ମାର୍କୋ ବାଲଜାନୋ କ୍ୟୁରୋନ୍ ଗାଁରେ ଏକ ଉପନ୍ୟାସ ଲେଖିଥିଲେ । ମାର୍କୋ ବାଲଜାନୋ କହିଛନ୍ତି ଯେ ଏହି ଛୋଟ ଗାଁ ସହିତ ଜଡିତ ସ୍ମୃତି ଅନେକ ଅସୁବିଧା ଓ ଦୁଃଖର ଅଟେ । କେବଳ ଏତିକି ନୁହେଁ,ଏହି ଗାଁର ଇତିହାସ ଉପରେ ୨୦୨୦ ମସିହାରେ ନେଟଫ୍ଲିକ୍ସରେ କ୍ୟୁରୋନ୍ ନାମକ ଏକ ନାଟକ ପ୍ରସାରିତ ହୋଇଥିଲା ।

Get real time updates directly on you device, subscribe now.