fbpx

ସମଲିଙ୍ଗୀ ସମ୍ପର୍କ ପାଇଁ, ସେ ମୋ ଆଡକୁ ଆଣ୍ଠେଇ ଆଣ୍ଠେଇ ବଢିଥିଲେ; ମୋ ବୟସ ସେତେବେଳକୁ ୧୭

ନୂଆଦିଲ୍ଲୀ: ସିଙ୍ଗର ଆର କେଲୀ ଯୌନ କେଳେଙ୍କାରୀରେ ସାମ୍ନାକୁ ଆସିଛନ୍ତି ଆଉ ଜଣେ ପୀଡିତ । ତାଙ୍କ ବୟସ ୧୭ ବର୍ଷ ଥିବା ବେଳେ କେଲୀ ତାଙ୍କ ସହିତ ସମଲିଙ୍ଗୀ ସମ୍ପର୍କ ରଖିଥିଲେ ବୋଲି ଫେଡେରାଲ କୋର୍ଟରେ ବୟାନ ଦେଇଛନ୍ତି ଜଣେ ଯୁବକ । ଏହା ପୂର୍ବରୁ ଜଣେ ମହିଳା ମଧ୍ୟ କେଲୀଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ବ୍ରୁକଲିନ ଫେଡେରାଲ କୋର୍ଟରେ ଦେଇଥିବା ବୟାନରେ ବ୍ୟକ୍ତି ଜଣଙ୍କ କହିଛନ୍ତି ୨୦୦୭ରେ ଏହି ଘଟଣା ଘଟିଥିଲା ।

ଯୁବକ ଜଣକ ସଙ୍ଗୀତ କ୍ଷେତ୍ରରେ ନିଜର କ୍ୟାରିୟର ଗଢିବାକୁ ଚାହୁଁଥିଲେ । ଏହାର ଫାଇଦା ନେଇ କେଲୀ ତାଙ୍କ ସହିତ ଅପ୍ରାକୃତିକ ସେକ୍ସ(ଓରାଲ ସେକ୍ସ) କରିଥିଲେ ବୋଲି ଯୁବକ ଜଣକ ଅଭିଯୋଗ କରିଛନ୍ତି । ଏକଦା କେଲୀଙ୍କୁ ଭେଟିବା ସମୟରେ କେଲୀ ପଚାରିଲେ ତୁମେ ଗୀତିକାର ହେବା ପାଇଁ କଣ କରି ପାରିବ । ସେ ସବୁକିଛି କରି ପାରିବେ ବୋଲି କହିବା ପରେ ସେ କେବେ ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ କେଲୀ । ଯୁବକ ଜଣଙ୍କ କିଛି ଉତ୍ତର ଦେବା ପୂର୍ବରୁ କେଲୀ ଆଣ୍ଠେଇ ଆଣ୍ଠେଇ ତାଙ୍କ ଆଡକୁ ଆସିଥିଲେ । ତାଙ୍କ ଆଡକୁ ଆସିବା ସହିତ ଓରାଲ ସେକ୍ସ କରିଥିଲେ କେଲୀ । ସେହିପରି ଏହାକୁ ଗୋପନ ରଖିବା ପାଇଁ କେଲୀ ତାଙ୍କୁ କହିଥିଲେ । ଏହା ସହିତ କେଲୀଙ୍କ ଯୌନ କେଳେଙ୍କାରୀ ମାମଲାରେ ସାକ୍ଷୀଙ୍କୁ ଲାଞ୍ଚ ଦେବା ନେଇ ମଧ୍ୟ ଉକ୍ତ ଯୁବକଙ୍କ ନାମରେ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.