fbpx
BSKY
BJD MC SKY
BJD YOUTH SKY

ଆଉ ଗର୍ଜିବନି STEYN GUN ;୨୩୪୩ ସପ୍ତାହ ଧରି ଥିଲେ ଏକ ନମ୍ବର ବୋଲର

ନୂଆଦିଲ୍ଲୀ: ଷ୍ଟେନ ଗନ ନାମରେ ବିଶ୍ୱ କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଆଫ୍ରିକା ବୋଲର ଡେଲ ଷ୍ଟେନ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ମଙ୍ଗଳବାର ଷ୍ଟେନ୍ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି । ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରି ସାରିଥିଲେ ଷ୍ଟେନ । ତିନୋଟି ଯାକ ଫର୍ମାଟରେ ଦକ୍ଷିଣ ଆଫ୍ରିକାର ଅନ୍ୟତମ ଶ୍ରେଷ୍ଠ ବୋଲର ରହିଥିବା ଷ୍ଟେନ ଇନଷ୍ଟାପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି ।

ଷ୍ଟେନ ଦକ୍ଷିଣ ଆଫ୍ରିକା ପକ୍ଷରୁ ୯୩ଟି ଟେଷ୍ଟ ଖେଳି ୪୩୯ ୱିକେଟ ଅକ୍ତିଆର କରିଥିବା ବେଳେ ୧୨୫ ଦିନିକିଆରୁ ୧୯୬ ୱିକେଟ ଅକ୍ତିଆର କରିଛନ୍ତି । ଏହା ବାଦ ୪୭ଟି ଟି-୨୦ ମ୍ୟାଚ ଖେଳି ୬୪ଟି ୱିକେଟ ଅକ୍ତିଆର କରିଛନ୍ତି ଷ୍ଟେନ । ୨୦୦୫ରେ ପଦାର୍ପଣ କରିଥିବା ଷ୍ଟେନ ପାକିସ୍ତାନ ବିପକ୍ଷରେ ୬/୩୯ର ଶ୍ରେଷ୍ଠ ଟେଷ୍ଟ ଫିଗର ହାସଲ କରିଛନ୍ତିି । ସେହିପରି ଟି-୨୦ରେ ମାତ୍ର ୯/୪ଟି ୱିକେଟ ନେଇ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ୨୦ ବର୍ଷ ଧରି କ୍ରିକେଟ ଖେଳିଥିବା ଷ୍ଟେନ ୨୩୪୩ ସପ୍ତାହ ଧରି ଏକ ନମ୍ବର ସ୍ଥାନରେ ରହିଥିଲେ ।

Get real time updates directly on you device, subscribe now.