fbpx
BSKY
BJD MC SKY
BJD YOUTH SKY

ବ୍ୟକ୍ତି ବଜାଇଲେ ଏଭଳି ସଙ୍ଗୀତ: ଶୁଣିବାକୁ ଚାଲିଆସିଲେ ପଡ଼ିଆରେ ଚରୁଥିବା ଜନ୍ତୁ…

ଦ୍ୱାପର ଯୁଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବଂଶୀ ବଜାଉଥିଲେ । ସେତେବେଳେ ତାଙ୍କ ବଂଶୀ ଧ୍ୱନି ଶୁଣିବାକୁ କେବଳ ଯେ ଲୋକମାନେ ପସନ୍ଦ କରୁଥିଲେ ବରଂ ପଶୁପକ୍ଷୀମାନେ ମଧ୍ୟ କୃଷ୍ଣଙ୍କ ବଂଶୀର ମଧୁର ସ୍ୱର ଶୁଣିବାକୁ ଭଲପାଉଥିଲେ । ପ୍ରଭୁଙ୍କ ମହିମା ଏପରି ଥିଲା ଯେ ଜୀବଜନ୍ତୁ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ । ସଙ୍ଗୀତରେ ଏଭଳି ଶକ୍ତି ଥାଏ ଯେ ଏହା କୌଣସି ଜୀବକୁ ଆକର୍ଷିତ କରିଥାଏ । ସମସ୍ତେ ଗୀତରେ ଝୁମିବାକୁ ଲାଗିଥାନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ବଜାଉଥିବାର ଦେଖାଯାଉଛି । ଯାହାକୁ ଶୁଣି ପଶୁମାନେ ତାଙ୍କ ନିକଟକୁ ଚାଲିଆସୁଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଜଣେ ଯୁବକ ଗ୍ରାମୀଣ ଅଞ୍ଚଳରେ ଏକ ପଡ଼ିଆ ନିକଟରେ ଛିଡ଼ା ହୋଇ ସାକ୍ସୋଫୋନ୍ ବଜାଉଛନ୍ତି । ଆଉ ଏହାର ଶବ୍ଦ ପଡ଼ିଆରେ ଥିବା ପଶୁମାନେ ଧୀରେ ଧୀରେ ତାଙ୍କ ନିକଟକୁ ଆସୁଛନ୍ତି । ସତେ ଯେପରି ସେମାନଙ୍କୁ ଏହି ଗୀତ ପସନ୍ଦ ଆସିଯାଇଛି । ଆଉ ଏହାକୁ ଶୁଶିବାକୁ ସେମାନେ ଚାଲିଆସୁଛନ୍ତି । ଏହି ଭିଡିଓ ଦେଖିବାକୁ ରୋମାଞ୍ଚକର ଲାଗୁଥିଲେ ବି ଅନେକ ୟୁଜର୍ସ ଏହି ଭାଇରାଲ ଭିଡିଓକୁ ଅନେକ ୟୁଜର୍ସ ମିଥ୍ୟା ବୋଲି ମଧ୍ୟ କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.