fbpx

‘ମୋ ଜାଗା, ମୋ ଇଚ୍ଛା ମୁଁ ଯୋଉଠି ବସିବି…’ ଟ୍ରେନ ଲାଇନରେ ବସିଥିଲେ ଯୁବକ, ଆସିଗଲା ଟ୍ରେନ: ଆଉ ତା’ ପରେ…

ବାହାନଗା ଦୁର୍ଘଟଣା ପରେ ଟ୍ରେନ ଲାଇନ ଆଉ ଟ୍ରେନକୁ ଦେଖିଲେ ବି ଅନେକ ଲୋକ ଭୟ କରୁଛନ୍ତି । ଟ୍ରେନରେ ଯାତାୟତ କରିବା ପାଇଁ ମଧ୍ୟ ଲୋକ ପଛଘୁଞ୍ଚା ଦେଲେଣି । କିନ୍ତୁ ଏହି ସମୟରେ ଜଣେ ସାହସୀ ଯୁବକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଯୁବକଙ୍କୁ ସାହସୀ ନୁହେଁ, ଦୁଃସାହସୀ କୁହାଯିବା ଉଚିତ ହେବ । କାରଣ ବାବୁ ଜଣକ ଟ୍ରେନ ଲାଇନ ଉପରେ ଜିଦି କରି ବସି ରହିଛନ୍ତି । ମୟାଶହଙ୍କର ଜିଦିଟା ଏମିତି ଯେ, ଟ୍ରେନ ଆସିବା ପରେ ବି ସେ ଟ୍ରାକ ଉପରୁ ଉଠିନାହାନ୍ତି ।

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର କଲ୍ୟାଣ ଷ୍ଟେସନ ନିକଟରେ । ରେଲୱେ ଟ୍ରାକରେ ଜଣେ ଯୁବକ ଖୁବ ଜିଦି କରି ବସି ଯାଇଛନ୍ତି । ପଚାରିଲେ କହୁଛନ୍ତି ଯେ, ‘ଏ ସବୁ ଏରିଆ ମୋର, ଆଉ ମୋ ଇଚ୍ଛା ମୁଁ ଯୋଉଠି ଚାହିଁବି ସେଠି ବସି ପାରିବି ।’ ଏମିତି କହି ବାବୁ ଜଣ ସିଧା ରେଳ ଲାଇନ ମଝିରେ ବସି ଯାଇଛନ୍ତି । ତେବେ ସବୁଠୁ ଭୟଙ୍କର ଘଟଣା ହେଉଛି ଯୁବକ ଜଣକ ବସିବାର ମାତ୍ର କେଇଟା ମୁହୂର୍ତ୍ତ ପରେ ସେହି ଟ୍ରାକରେ ଆସିଥିଲା ଛତ୍ରପତି ଶିବାଜୀ ଟର୍ମିନସ । ଏହାପର ପରିସ୍ଥିତି ଭାବିଲେ ମଧ୍ୟ ଭୟ ଲାଗୁଛି । କିନ୍ତୁ ବାବୁ ଜଣକଙ୍କୁ ଟିକିଏ ବି ଭୟ ନାହିଁ । ଟ୍ରାକ ଉପରେ ସେମିତି ଦମ୍ଭ ଦେଖାଇ ବସିଛନ୍ତି ।

କିନ୍ତୁ ଟ୍ରେନ ଡ୍ରାଇଭର ସେମିତି କିଛି ହେବାକୁ ଦେଇ ନାହାନ୍ତି । ଯୁବକଙ୍କୁ ଦେଖିବା ପରେ ଟ୍ରେନ ଡ୍ରାଇଭର ଜଣକ ଉଚିତ ସମୟରେ ବ୍ରେକ ଲଗାଇଥିଲେ ଏବଂ ଯୁବକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଦେଇଛନ୍ତି । ଏହାପରେ ଯୁବକଙ୍କୁ ଟ୍ରେନ ଟ୍ରାକରୁ ବାହାର କରାଯାଇଥିଲା ଏବଂ ଗାଡି ମୁମ୍ବାଇ ଅଭିମୁଖେ ପୁଣିଥରେ ଯାତ୍ରା ଆରମ୍ଭ କରିଛି । ତେବେ ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଅନୁମାନ କରାଯାଉଛି ଯୁବକ ଜଣକ ମଦ୍ୟପାନ କରି ଖୁବ ନିଶାରେ ରହିଥିଲେ ।

Get real time updates directly on you device, subscribe now.