fbpx

ଘରକୁ ଆସିବ ଅମାପ ଧନରତ୍ନ: ତୁଳସୀ ଓ ମନି ପ୍ଲାଣ୍ଟଠୁ ବି ବେଶୀ ମଙ୍ଗଳକାରୀ ହୋଇଥାଏ ଏହି ଗଛ

ବାସ୍ତୁ ଶାସ୍ତ୍ରରେ ଅନେକ ଗଛଲତା ଏବଂ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଫେରାଇ ଆଣିଥାଏ । ତେବେ ଏଥିମଧ୍ୟରେ ତୁଳସୀ, ଶମୀ ପ୍ଲାଣ୍ଟ ଏବଂ ମନୀ ପ୍ଲାଣ୍ଟ ଗୁଡିକୁ ଖୁବ ଶୁଭ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଏମିତି ଆହୁରି ଏକ ଚମତ୍କାରୀ ଗଛ ରହିଛି, ଯାହା ଏସବୁ ଅପେକ୍ଷ।। ଅଦିକ ଗୁଣବାନ ହୋଇଥାଏ । ଏହାକୁ ଗରେ ଲଗାଇବା ଦ୍ୱାରା ଧନରତ୍ନ ଆପେ ଆପେ ଘରକୁ ଆସିଥାଏ ବୋଲି ବିଶ୍ୱାସ ରହିଛି ।

ଏହି ଚମତ୍କାରୀ ଲଗତାର ନାମ ହେଉଛି କ୍ରସୁଲା ପ୍ଲାଣ୍ଟ । କୁହାଯାଏ ଯେ, ଘରେ ଏହାକୁ ଲଗାଇବା ଦ୍ୱାରା ଧନ ଆସିବା ସହ ସକରାତ୍ମକ ଚିନ୍ତାଧାରା ମଧ୍ୟ ଆସିଥାଏ । ତେବେ ଆପଣ ନିଜ ସୁବିଧା ଅନୁସାରେ, ନିଜ ଘରେ, ଦୋକାନରେ କିମ୍ବା ଅନ୍ୟ କେଉଁଠି ମଧ୍ୟ ଲଗାଇପାରନ୍ତି । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ କ୍ରସୁଲା ପ୍ଲାଣ୍ଟ ଲଗାଇବା ସମୟରେ ଆମକୁ କିଛି ନିୟମକୁ ଧ୍ୟାନ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହି ପ୍ଲାଣ୍ଟ ଲଗାଇବାର କିଛି ନିୟମ:-

କ୍ରସୁଲା ପ୍ଲାଣ୍ଟ ଲଗାଇବାର ଉଚିତ ଦିଗ:

କ୍ରସୁଲା ପ୍ଲାଣ୍ଟ ଆପଣ ଘର ବାହାରେ ଏବଂ ଭିତରେ ମଧ୍ୟ ଲଗାଇପାରିବେ । ଘରର ମୁଖ୍ୟ ଦୁଆରର ଡାହାଣ ପାଶ୍ୱର୍ରେ ଏହି ଗଛ ଲଗାଇବା ଶୁଭ ବୋଲି କୁହାଯାଏ । ଏହାସହିତ ଘରର ବାଲକୋନୀରେ ମଧ୍ୟ ଏହାକୁ ଲଗାଇପାରିବେ । ଉଚିତ ଦିଗରେ ଏହି ଗଛ ଲଗାଇବା ଦ୍ୱାରା ଭାଗ୍ୟରେ ପରିବର୍ତ୍ତନ ଦେଖାଦେଇଥାଏ । ତେବେ ଏହାକୁ ଦକ୍ଷିଣ ଦିଗରେ ଲଗାଇବା ଦ୍ୱାରା ଧନହାନୀ ହୋଇଥାଏ ।

କ୍ରସୁଲା ପ୍ଲାଣ୍ଟରୁ ମିଳିଥାଏ ଏହି ଫାଇଦା:

ଏହି ପ୍ଲାଣ୍ଟକୁ ମନି ଟ୍ରି, ଲକି ଟ୍ରି ଏବଂ ଜେଡ ନାମରେ ମଧ୍ୟ ଜଣାଯାଏ । ଯେଉଁ ଲୋକମାନେ ଏହି ଗଛକୁ ଘର କିମ୍ବା ଦୋକାନରେ ଲଗାଇଥାନ୍ତି, ସେମାନଙ୍କ ବାଣିଜ୍ୟରେ ଅଗ୍ରଗତି ହୋଇଥାଏ ବୋଲି ମଧ୍ୟ କୁହାଯାଏ । ଏହା ଧନରତ୍ନ ଘରକୁ ଆଣିଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ଏହାସହିତ ଚାକିରି କ୍ଷେତ୍ରରେ ନୂଆ ଅବସର ପ୍ରାନ୍ତ ହୋଇଥାଏ ।

Get real time updates directly on you device, subscribe now.