fbpx

(Video) ବାଲେଶ୍ୱରକୁ ମାଡ଼ି ଆସୁଛି ମହାବିପଦ! ମଣିଷଙ୍କ ପରେ ଏବେ ମାଙ୍କଡ଼ଙ୍କ ପାଳି, ଶହ ଶହ ମଣିଷଙ୍କ ମୃତ୍ୟୁ, ୫୦ଟି ମାଙ୍କଡ଼ଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଘଟିଥିଲା ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ଏହି ଦୁର୍ଘଟଣା କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱ ପାଇଁ ଏକ ଭୟଙ୍କର କାଳ ରାତ୍ରି ଥିଲା । ଜଣେ କି ଦୁଇଜଣ ନୁହନ୍ତି, ଶହ ଶହ ଲୋକଙ୍କ ଶବ ଭୂମିରେ ପଡ଼ି ରହିଥିଲା । ଏଥିସହିତ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ଆଜି ବି ବିଭିନ୍ନ ହସ୍ପିଟାଲରେ ଅନେକ ଆହତ ମୁକ, ବଧିକ, ବିକଳଙ୍ଗା ହୋଇ କଥା କହିବାକୁ ଅକ୍ଷମ ହେଉଛନ୍ତି । ଆଜି ବି ଅନେକ ମୃତଦେହ ଚିହ୍ନଟ ହୋଇ ପାରି ନଥିବାରୁ ଅନେକ ସମ୍ପର୍କୀୟ ସେମାନଙ୍କର ରକ୍ତକୁ ଖୋଜି ବୁଲୁଛନ୍ତି ।

ତେବେ ଏହି ଘଟଣା ପରେ ଶବ ରଖାଯାଇଥିଲା ସ୍କୁଲରେ ଭୂତ ଡରାଉଛି ବୋଲି ଚର୍ଚ୍ଚା ହେବା ପରେ ଉକ୍ତ ସ୍କୁଲକୁ ଭଙ୍ଗା ଯାଇଥିଲା । ସରକାରଙ୍କ ତରଫରୁ ପୁଣି ଥରେ ନୂଆ ସ୍କୁଲ ନିର୍ମାଣ କରାଯିବ । ଏହା ମଧ୍ୟରେ ବାଲେଶ୍ୱରରୁ ଆସିଛି ପୁଣି ଏକ ବଡ଼ ଖବର । ସନ୍ଧ୍ୟା ସମୟ ସତେ ଯେମିତି ବାଲେଶ୍ୱର ପାଇଁ ଅଶୁଭ ପାଲଟିଛି । ଗତ ୧୨ ତାରିଖ ସନ୍ଧ୍ୟାରେ ଗଛରେ ବସିଥିବା ୫୦ଟି ମାଙ୍କଡ଼ଙ୍କ ଉପରେ ଅଚାନକ ଘଡ଼ଘଡ଼ି ମାରିଥିଲା । ଫଳରେ ଘଟଣାସ୍ଥଳରେ ୫୦ଟି ମାଙ୍କଡ଼ଙ୍କର ମୃତ୍ୟୁ ଘଟିଥିଲା ।

ବାହାନଗା ଭୂତକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଏବେ ବି ରହିଥିବା ବେଳେ ଏହା ମଧ୍ୟରେ ମାଙ୍କଡ଼ଙ୍କ ମୃତ୍ୟୁକୁ ନେଇ ଲୋକମାନେ ପୁଣି ଅଧିକ ଭୟଭୀତ ହୋଇପଡ଼ିଛନ୍ତି । କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ମାଙ୍କଡ଼ଙ୍କର ଅକାଳ ମୃତ୍ୟୁ ହୋଇଥାଏ ବୋଲି ଲୋକମାନେ କହୁଛନ୍ତି । ସନ୍ଧ୍ୟା ସମୟରେ ଜଳେଶ୍ୱର ବ୍ଲକ ଗଡ଼ସାହି ବାଲିଆପାଳରେ ଦେଖିବାକୁ ମିଳିଥିଲା ଏପରି ଏକ ଦୁଃଖଦ ଘଟଣା । ତେବେ କ୍ରମାଗତ ଭାବେ ବାଲେଶ୍ୱରରେ ଏପରି ଅଘଟଣ ଘଟୁଥିବାରୁ ଜନସାଧାରଣ ଆଶଙ୍କା ଘେରରେ ରହିଛନ୍ତି । କାହିଁକି ବାଲେଶ୍ୱର ଉପରେ ପ୍ରକୃତିର ଏପରି ଅବିଚାର ଏହି ପ୍ରଶ୍ନ ସେମାନଙ୍କ ମନରେ ଉଙ୍କି ମାରୁଛି ।

Get real time updates directly on you device, subscribe now.