fbpx
BSKY SKY
BSKY SKY

ICMR ଓ ବିଦେଶୀ ସଂସ୍ଥାର ରିସର୍ଚ୍ଚ ରିପୋର୍ଟ: ଜଣେ ମଣିଷ ବର୍ଷକୁ ୨ ଲକ୍ଷ ମାଇକ୍ରୋପ୍ଲାଷ୍ଟିକ ଗିଳୁଛି, ଜନ୍ମିତ ଶିଶୁ ନପୁଂସକ ହେବାର ଆଶଙ୍କା

BSKY

ନୂଆଦିଲ୍ଲୀ: ପ୍ଲାଷ୍ଟିକକୁ ନେଇ ବର୍ତ୍ତମାନ ସମୟରେ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି । ପ୍ଲାଷ୍ଟିକ ଏପରି ଏକ ଜିନିଷ ଯାହାକି ମଣିଷ ପାଇଁ ନିହାତି ଜରୁରୀ । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ଲାଷ୍ଟିକ ମଣିଷକୁ ମୃତ୍ୟୁମୁଖକୁ ନେଇଯାଉଥିବା ବେଳେ ଜନ୍ମିତ ଶିଶୁ ନପୁଂସକ ହେବାର ସମ୍ଭାବନା ରହିଛି । ପିଲାଙ୍କ ଶରୀରକୁ ଏହା ଟ୍ରାନ୍ସଫର ହେବା ସହିତ ଗର୍ଭବତୀ ମହିଳାଙ୍କ ପ୍ରତି ମଧ୍ୟ ବିପଦ ରହିଥିବା ଜଣାପଡ଼ିଛି ।

ବ୍ରିଟେନର ପୋର୍ଟସମାଉଥ ୟୁନିଭରସିଟି ପକ୍ଷରୁ ଖାଦ୍ୟରେ ଥିବା ମାଇକ୍ରୋପ୍ଲାଷ୍ଟିକର ସନ୍ଧାନ ନେଇ ଦୁଇ ପ୍ରକାର ଖାଦ୍ୟ ସାମଗ୍ରୀକୁ ଏକତ୍ର କରାଯାଇଥିଲା । ଗୋଟିଏରେ ପ୍ଲାଷ୍ଟିକ ପ୍ୟାକିଂ ରହିଥିବା ବେଳେ ଅନ୍ୟଟି ବିନା ପ୍ଲାଷ୍ଟିକର ପ୍ୟାକ୍ ଥିଲା । ତେବେ ପ୍ଲାଷ୍ଟିକ ପ୍ୟାକିଂ ଜିନିଷରେ ୨ ଲକ୍ଷ ୩ ହଜାର ମାଇକ୍ରୋପ୍ଲାଷ୍ଟିକ ପାର୍ଟିକଲ ରହିଥିବା ବେଳେ ଅନ୍ୟଟିରେ ୫୦ ହଜାର ପାର୍ଟିକିଲ ରହିଥିଲା । ତେବେ ମଣିଷ ଦିନ ସାରା ୧୦ ଗ୍ରାମ ମାଇକ୍ରୋପ୍ଲାଷ୍ଟିକ ଗିଳୁଥିବା ରିସର୍ଚ୍ଚରୁ ଜଣାପଡ଼ିଛି ।

ଇଣ୍ଡିଆନ କାଉନସିଲ ଫର୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ (ଏନଆଇଏନ)ର ଗବେଷଣା ମୁତାବକ, ପ୍ଲାଷ୍ଟିକ କଣ୍ଟେନରରେ ରଖାଯାଉଥିବା ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ଫଳରେ ଗର୍ଭବତୀ ମହିଳାଙ୍କ ପ୍ରତି ବିପଦ ବଢ଼ିଥାଏ । ଏହି ବିପଦ ପୁରୁଷ ଶିଶୁଙ୍କ କ୍ଷେତ୍ରରେ ଟ୍ରାନ୍ସଫର ହେଉଥିବା ଜଣାପଡ଼ିଛି । କାରଣ ମାଇକ୍ରୋପ୍ଲାଷ୍ଟିକର କଣ ପ୍ରଜନନ କ୍ଷମତାକୁ ଖରାପ କରିବା ପାଇଁ ଦାୟୀ ବୋଲି କୁହାଯାଉଛି ।

ବିଶ୍ୱସ୍ତରରେ ୧ ସପ୍ତାହରେ ୦୧-୫ ଗ୍ରାମ ମାଇକ୍ରୋପ୍ଲାଷ୍ଟିକ ବିଭିନ୍ନ ପ୍ରକାରେ ମାନବ ଶରୀର ମଧ୍ୟକୁ ଯାଇପାରେ । ଜଣେ ମଣିଷ ବର୍ଷକୁ ୧୧,୮୪୫-୧,୯୩,୨୦୦ ମାଇକ୍ରୋପାର୍ଟିକଲ ଗିଳିଦେଇଥାଏ, ଯାହାକି ୨୮୭ ଗ୍ରାମ ପର୍ଯ୍ୟନ୍ତ ହେବ । ଗର୍ଭାବସ୍ଥା ସମୟରେ ବିପିଏ କେମିକାଲ ପୁରୁଷ ସନ୍ତାନର ଫର୍ଟିଲିଟି ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇପାରେ । ମୂଷା ଉପରେ ଏହାର ପରୀକ୍ଷଣ କରାଯାଇଥିଲା । ଗୋଟିଏ ଗ୍ରୁପର ମୂଷାଙ୍କୁ ୪-୧୧ ଦିନ ପର୍ଯ୍ୟନ୍ତ ବିପିଏ କେମିକାଲ ସମ୍ପର୍କରେ ରଖାଯାଇଥିଲା ଓ ଅନ୍ୟ ଗ୍ରୁପକୁ ଅଲଗା ରଖାଯାଇଥିଲା । ତେବେ ବିପିଏର ସମ୍ପର୍କରେ ରହୁଥିବା ମୂଷାଗୁଡ଼ିକର ଫ୍ୟାଟି ଏସିଡ ବଢ଼ିବାରେ ଲାଗିଥିଲା । ସ୍ପର୍ଶର ଅଭିବୃଦ୍ଧି ପାଇଁ ଜରୁରୀ ହେଉଥିବା ମେମ୍ବ୍ରେନର ଆଖପାଖ ଏହି ଫ୍ୟାଟି ଏସିଡ୍ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.