fbpx

କଂଗ୍ରେସ ବିଧାୟକ ଗିରଫ: ଅପମାନଜନକ ମନ୍ତବ୍ୟ ନେଇ ହୋଇଥିଲା ଅଭିଯୋଗ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହା ମଧ୍ୟରେ ଗତ ୭ ତାରିଖରେ ମିଜୋରାମର ୪୦ଟି ଆସନ ପାଇଁ ମତଦାନ ସରିଥିବା ବେଳେ ୭୭ ପ୍ରତିଶତ ମତଦାନ ହୋଇଛି । ସେହିପରି ପ୍ରାଥମିକ ପର୍ଯ୍ୟାୟରେ ଛତିଶଗଡ଼ର ୨୦ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ୭୧.୧୧ ପ୍ରତିଶତ ମତଦାନ ହୋଇଛି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । କଂଗ୍ରେସର ଜଣେ ବିଧାୟକ ଗିରଫ ହୋଇଛନ୍ତି । ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ କଂଗ୍ରେସ ବିଧାୟକ ଆଫତାବ ଉଦ୍ଦିନ ମୋଲାହ ଗିରଫ ହୋଇଛନ୍ତି । ହିନ୍ଦୁ ସମ୍ପ୍ରଦାୟଙ୍କ ବିରୋଧରେ ଆଫତାବ ଅପମାନଜନକ ଟିପ୍ପଣୀ କରିଥିବା ଅଭିଯୋଗରେ ତାଙ୍କୁ ଆସାମ ପୋଲିସ ଗିରଫ କରିଛି । ଗିରଫ ସମୟରେ ଆଫତାବ ବାସଭବନରେ ଉପସ୍ଥିତ ଥିଲେ ।

ଅଫତାବ ହିନ୍ଦୁ ଓ ମନ୍ଦିରର ପୂଜାରିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଗୋଲପାରାର ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଅଫତାବ କହିଥିଲେ, ‘ଯେଉଁଠାରେ ହିନ୍ଦୁ ଅଛନ୍ତି, ସେଠାରେ ଖରାପ କାର୍ଯ୍ୟ ହେଉଛି । ମନ୍ଦିରର ପୂଜାରି ଓ ନାମଘରର ଦେଖାଶୁଣା କରୁଥିବା ଲୋକମାନେ ଦୁଷ୍କର୍ମକାରୀ ଅଟନ୍ତି ।’ ଏହି ବୟାନକୁ ନେଇ କଂଗ୍ରେସ ବିଧାୟକଙ୍କ ବିରୋଧରେ ଦିସପୁର ଷ୍ଟେସନରେ ଧାରା ୨୯୫(ଏ), ୧୫୩ଏ(୧) (ବି)/୫୦୫(୨)ଆଇପିସି ଅଧିନରେ ଏଫଆଇଆର ଦାୟର କରାଯାଇଥିଲା । ରାଜ୍ୟ କଂଗ୍ରେସ ପକ୍ଷରୁ ମଧ୍ୟ ବିଧାୟକଙ୍କୁ ନୋଟିସ୍ ପଠାଯାଇଥିଲା । ଜୋଲେଶବର ଆସନରୁ ବିଧାୟକ ଥିବା ଅଫତାବଙ୍କ ଗିରଫ ନେଇ ରାଜ୍ୟ ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.