fbpx

Deepfake ଟେକ୍ନୋଲୋଜି କବଳରୁ ନିଜକୁ କିପରି ସୁରକ୍ଷିତ ରଖିବେ: କେବଳ ରଶ୍ମିକା-କ୍ୟାଟ୍ରିନା ନୁହନ୍ତି, ଆପଣ ବି ଏହାର ଶିକାର ହୋଇ ପାରନ୍ତି

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଡିପଫେକ ଭିଡିଓକୁ ନେଇ ଚର୍ଚ୍ଚା ଜାରି ରହିଛି । ପ୍ରଥମେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ଭାଇରାଲ ହୋଇଥିବା ଏବେ ପୁଣି କ୍ୟାଟ୍ରିନା କୈଫଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଟାଇଗର ୩ର ଅଭିନେତ୍ରୀ କ୍ୟାଟ୍ରିନା ଡିପଫେକ ଟେକ୍ନୋଲୋଜିର ସଦ୍ୟତମ ଶିକାର ହୋଇଛନ୍ତି । ଏକ ଏଡିଟେଡ୍ ଭର୍ସନରେ ତାଙ୍କୁ ଟାୱେଲ ବଦଳରେ ଏକ ଲୋ-କଟ ଧଳା ଟପ ସହିତ ଦେଖିବାକୁ ମିଳିଛି ।

ତେବେ କେବଳ ରଶ୍ମିକା-କ୍ୟାଟ୍ରିନା ନୁହନ୍ତି, ଆପଣ ମଧ୍ୟ ଏଥିରେ ଫଶି ପାରନ୍ତି । ତେଣୁ ଏନେଇ ସାବଧାନର ହେବାର ଆବଶ୍ୟକତା ରହିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଆଧାରିତ ଡିପଫେକ ଟେକ୍ନୋଲୋଜି ଯଦି ପ୍ରତିଷ୍ଠିତ ଅଭିନେତ୍ରୀଙ୍କୁ ଶିକାର କରିପାରୁଛି, ତେବେ ସାଧାରଣ ଲୋକଙ୍କ ସୁରକ୍ଷା କଥା ଛାଡ଼ । ଜେନରେଟିଭ୍ ଏଆଇ ସହଜରେ ଏପରି ନକଲି ଓ ଏଡିଟେଡ୍ ଡିପଫେକ ଫଟୋ-ଭିଡିଓ ପ୍ରସ୍ତୁତ କରିପାରୁଛି । ଏହି ଘଟଣାକୁ ନେଇ ବିଗ୍ ବି ଅମିତାଭ ବଚନ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ସେ ନିଜେ ଏହାକୁ ନେଇ ଭୟଭୀତ ଥିବା ରଶ୍ମିକା କହିଛନ୍ତି ।

ଡିପଫେକ ଟେକ୍ନୋଲୋଜିର ଖରାପ ବ୍ୟବହାରକୁ ନେଇ କ୍ରମାଗତ ଭାବେ ଅଭିଯୋଗ ଆସୁଛି । ସେଲିବ୍ରେଟି, ରାଜନେତା ଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏହାର ଶିକାର ପାଲଟୁଛନ୍ତି । ତେଣୁ ଏଥିରୁ ବର୍ତ୍ତିବା ପାଇଁ ଆମକୁ କିଛି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ଅସଲି ଓ ନକଲି ମଧ୍ୟରେ ତଫାତ ଜାଣିବା ବହୁତ ମୁସ୍କିଲ ହୋଇପଡ଼ୁ ଥିବାରୁ ଡିପଫେକ ସମାଜରେ ସହଜରେ ଖରାପ ତଥ୍ୟ ପ୍ରଘଟ କରିବାର ଆଶଙ୍କା ରହିଥାଏ ।

ଡିପଫେକରୁ ବର୍ତ୍ତିବା ପାଇଁ ନିଜକୁ ଅଧିକ ସମୟ ଅନଲାଇନରେ ଉପଲବ୍ଧ ରଖନ୍ତୁ ନାହିଁ । ଏହାର ଅର୍ଥ ହେଉଛି ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ବ୍ୟବହାର ସାବଧାନତାର ସହ କରନ୍ତୁ । କ୍ରମାଗତ ଭାବେ ଫଟୋ-ଭିଡିଓ ପୋଷ୍ଟ କରିବା ଆପଣଙ୍କୁ ବିପଦ ମଧ୍ୟକୁ ଠେଲି ଦେଇପାରେ । ସୋସିଆଲ ମିଡ଼ିଆ ଆକାଉଣ୍ଟସକୁ ପବ୍ଲିକ ବଦଳରେ ପ୍ରାଇଭେଟ ରଖନ୍ତୁ ଓ ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରନ୍ତୁ ।

ଯଦି ଆପଣଙ୍କ ସହିତ ଡିପଫେକ ପରି ଘଟଣା ଘଟିଥାଏ, ତେବେ ସଙ୍ଗେସଙ୍ଗେ ପୋଲିସ ବା ସାଇବର ସେଲରେ ଅଭିଯୋଗ କରନ୍ତୁ । ଆଇଟି ଆକ୍ଟ, ୨୦୦୦ ଅଧିନରେ ଜଣଙ୍କର ପରିଚୟକୁ ନେଇ ଅନଲାଇନରେ ଏପରି ଭାବେ ପୋଷ୍ଟ କରିବା ଅପରାଧ ଅଟେ । ଏପରି କଲେ ଜଣଙ୍କୁ ଅତିକମରେ ୧ ଲକ୍ଷ ଟଙ୍କାର ଜରିମାନା ସହିତ ଜେଲ ଦଣ୍ଡ ମଧ୍ୟ ହୋଇପାରେ ।

Get real time updates directly on you device, subscribe now.