fbpx

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ୧୩୮ ନୂଆ ନିଯୁକ୍ତି : କୁଳପତି ସମେତ ଏହି ପଦବୀକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ନିମନ୍ତେ ୧୩୮ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ଏହାକୁ ରାଜ୍ୟପାଳ ମଂଜୁରୀ ପ୍ରଦାନ କରିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କୁଳପତି, ରେଜିଷ୍ଟ୍ରାର, ବିତ୍ତ ନିୟନ୍ତ୍ରକ, ପରୀକ୍ଷା ନିୟନ୍ତ୍ରକ, ପାଠ୍ୟ ଖସଡ଼ା ନିର୍ଦ୍ଦେଶକ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଓ ଅନ୍ୟ କେତୋଟି ପଦବୀକୁ ମଂଜୁରୀ ମିଳିଛି ।

ତେବେ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରତିଷ୍ଠା ହୋଇଛି ‘ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ’ । ଏନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାର ହେଡକ୍ୱାର୍ଟର ଭୁବନେଶ୍ୱରରେ ରହିଛି । ଏହି ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗୁଣାତ୍ମକ ସ୍ୱାସ୍ଥ୍ୟ ଶିକ୍ଷା ଯୋଗାଇ ଦିଆଯିବ । ଏଲୋପ୍ୟାଥି, ହୋମିଓପାଥି, ଆୟୁର୍ବେଦ, ନର୍ସିଂ, ଲ୍ୟାବ ଟେକ୍ନୋଲୋଜି ଓ ଅନ୍ୟ ପାରା ମେଡିକାଲ ସାଇନସ୍ ବିଷୟରେ ଶିକ୍ଷା ସର୍ବୋତ୍କୃଷ୍ଟ ଶିକ୍ଷା ଦିଆଯାଇପାରିବ । ଏହି ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ପରିଚାଳିତ ହେବ ।

ଉଲ୍ଲେଖଥାଉ କି, ୨୦୨୧ ଅକ୍ଟୋବରରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା । ୨୦୨୨ ଫେବୃଆରୀରେ ଡ. ଦତ୍ତେଶ୍ୱର ହୋତାଙ୍କୁ ଏହାର ଓଏସ୍‌ଡି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ୨୦୨୨ ଅଗଷ୍ଟ ୧୫ରେ ଏନେଇ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାର ହେଡକ୍ୱାର୍ଟର ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ପାଖରେ ରହିଛି । ସ୍ଥାୟୀ ପ୍ରଶାସନିକ ବିଲଡିଂ ନିର୍ମାଣ ପାଇଁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲ ପାଖରେ ୫ ଏକର ଜମି ପ୍ରଦାନ କରିଛନ୍ତି । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରେ ରାଜ୍ୟର ୧୫୦ରୁ ଅଧିକ କଲେଜ ଏହା ଅଧୀନକୁ ଆସିବ ।

Get real time updates directly on you device, subscribe now.