fbpx

Underwear ଭିତରେ ପୂରାଇ ଦେଲେ ନିଆଁ; ଆଉ ତାପରେ କ’ଣ ହେଲା…

ନୂଆଦିଲ୍ଲୀ: ନିଆଁକୁ ଦେଖିଲେ ପ୍ରାୟ ସମସ୍ତଙ୍କୁ ଭୟ ଲାଗେ । କାରଣ କେତେବେଳେ ଏହାଦ୍ୱାରା କ’ଣ ଯେ ଘଟିଯିବ ତାହା କହିବା ମୁସ୍କିଲ । କିନ୍ତୁ ଅନେକ ସମୟରେ କିଛି ଲୋକ ଏହାକୁ ହାଲକାରେ ନେଇଥାନ୍ତି ଆଉ ବିପଦରେ ପଡିଥାନ୍ତି । ଏମିତି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଆଁ ସାଙ୍ଗରେ ଖେଳିବା ଅନେକ ଲୋକଙ୍କ ଉପରେ ଖୁବ ମହଙ୍ଗା ପଡିଯାଏ । ଠିକ ଯେମିତି ଏହି ମହାଶୟଙ୍କ ସହିତ ଘଟିଯାଇଛି । ନିଆଁକୁ ଧରି କାରନାମା କରୁଥିବା ବେଳେ ନିଆଁ ତାର କରାମତି ଦେଖାଇ ଦେଇଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଏକ ବାଡିରେ ନିଆଁ ଲଗାଇ କିଛି ଶୋ’ କରୁଛନ୍ତି । କିନ୍ତୁ ଏହି ସମୟରେ ଘଟିଯାଇଛି ଗୋଟିଏ ବଡ ଦୁର୍ଘଟଣା । ଏହି ନିଆଁ ବାଡିଟିକୁ ସେ ନିଜ ପ୍ୟାଣ୍ଟ ଭିତରେ ପୂରାଇ ଦେଇଛନ୍ତି । ଆଉ ତାପରେ ଯାହା ଘଟିଛି, ଆପଣ ଅନୁମାନ କରିପାରୁଥିବେ । ବାଡିଟିକୁ ବାହାର କରି ଦେଇଛନ୍ତି ସତ, କିନ୍ତୁ ନିଆଁ ଅଲଗା ଜାଗା(ପ୍ରାଇଭେଟ ପାର୍ଟ)ରେ ଲାଗି ଯାଇଛି । ଏହାପରେ ସେ ନିଜ ପ୍ରାଇଭେଟ ପାର୍ଟକୁ କିଛି ସମୟ ଚାହିଁ ରହିଛନ୍ତି । ଯାହା ପରେ ହଠାତ ଏହାକୁ ଧରି ଚିତ୍କାର କରିଛନ୍ତି ଏହି ବ୍ୟକ୍ତି ଜଣକ । ନିଆଁର ପ୍ରଭାବ ବୋଧହୁଏ ତାଙ୍କୁ ନିଜ ଭୁଲ ଏବଂ ବୋକାମୀର ପଶ୍ଚାତାପ କରାଇ ଦେଇଛି ।

ଏହି ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ହଜାର ହଜାର ଲୋକ ଏହାକୁ ଦେଖି ସାରିଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । କିଛି ଲୋକ ମହାଶୟଙ୍କର ଏହି କାରନାମା ପାଇଁ ତାଙ୍କୁ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ କରିଛନ୍ତି । କିଛି ଲୋକ ଏହାକୁ ଫେକ ବୋଲି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.