fbpx

ଗୋଟିଏ ଲୋକକୁ ୪୦ କୁମ୍ଭୀର ଘେରିଗଲେ , ଆଉ ତା’ ପରେ ….

ନୂଆଦିଲ୍ଲୀ : ଯେଉଁମାନେ ଗୃହପାଳିତ ପଶୁମାନଙ୍କ ସାଙ୍ଗରେ ବାସ କରନ୍ତି, ସେମାନେ ଅନ୍ୟ ଭୟଙ୍କର ଜୀବମାନଙ୍କୁ ମଧ୍ୟ ଭୟ କରନ୍ତିନାହିଁ । ନିଜର ଏଇ ଓଭରକନ୍ଫିଡେଣ୍ଟ ଭୁଲ୍ ଯୋଗୁଁ ଅନେକ ଥର ମରଣ ମୁହଁର ସାମ୍ନା କରିବାକୁ ପଡେ । ସେମାନେ ଏପରି କିଛି ଭୁଲ କରିବସନ୍ତି, ଯାହା ସାଂଘାତିକ ପ୍ରମାଣ ହୁଏ । ବେଳେବେଳେ ତାହା ମୃତ୍ୟୁର କାରଣ ମଧ୍ୟ ହୋଇଥାଏ ।

ଏହି ଓଭରକନ୍ଫିଡେଣ୍ଟ ଗୁଣ ଯୋଗୁଁ ଜଣେ ବୃଦ୍ଧ ବୟସର ଶେଷ ପର୍ଯ୍ୟାୟରେ କୁମ୍ଭୀରର ଶିକାର ହୋଇଛନ୍ତି । ସେ ଭୟଙ୍କର କୁମ୍ଭୀରମାନଙ୍କର ଯତ୍ନ ନେବାକୁ ଚେଷ୍ଟା କରୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ତାହା ମରଣର କାରଣ ପାଲଟିଥିଲା ।

ଏହି ଘଟଣାଟି ଘଟିଛି କାମ୍ବୋଡିଆର। ଏଠାରେ ଜଣେ ୭୨ ବର୍ଷ ବୟସ୍କ ବ୍ୟକ୍ତି କୁମ୍ଭୀର ଜନ୍ତାରେ ପଡ଼ିଥିଲେ । ଏହି ବୃଦ୍ଧ ଜଣକ ତାଙ୍କ ବାଡ଼ି ସାହାଯ୍ୟରେ ଜନ୍ତା ମଧ୍ୟରୁ କୁମ୍ଭୀରଗୁଡିକୁ ବାହାରକୁ ବାହାର କରିବାକୁ ଚେଷ୍ଟା କରୁଥିବାବେଳେ ଏହି ଅଘଟଣା ଘଟିଥିଲା।

ପ୍ରକୃତରେ କୁମ୍ଭୀରମାନେ ସେଠାରେ ଅଣ୍ଡା ଦେଇଥିଲେ। ସେମାନେ ଅନୁଭବ କଲେ ଯେ ଏହି ବ୍ୟକ୍ତି ଜଣକ ସେମାନଙ୍କର ଅଣ୍ଡାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି । ତା’ପରେ ଯାହା ଯାହା ଘଟିଲା ତାହା ଦେଖିବା ସମ୍ଭବ ନଥିଲା । କୁମ୍ଭୀରମାନେ ଲୋକଟିକୁ ଜନ୍ତା ମିତରକୁ ଟାଣି ନେଇ ଭିଣା ଭିଣା କରି ଗିଳି ଦେଇଥିଲେ । ପରେ କର୍ମଚାରୀମାନେ ତାଙ୍କ ରକ୍ତାକ୍ତ ଶରୀରକୁ ବାହାରକୁୁ ବାହାର କରିଥିଲେ।

ପୋଲିସ ସୂଚନାଅନୁଯାୟୀ, ବ୍ୟକ୍ତିର ଶରୀର ଉପରେ ଏତେଗୁଡ଼ିଏ ଆକ୍ରମଣର ଚିହ୍ନ ରହିଛି ଯାହାକୁ ଗଣନା କରାଯାଇପାରିବ ନାହିଁ। କୁମ୍ଭୀରମାନେ ତାଙ୍କର ଗୋଟିଏ ହାତକୁ ଗିଳି ଦେଇଥିଲେ। ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୨୦୧୯ ମସିହାରେ କୁମ୍ଭୀରମାନେ ୨ ବର୍ଷର ବାଳିକାକୁ ଆକ୍ରମଣ କରିଥିଲେ।

Get real time updates directly on you device, subscribe now.