fbpx

୨୦୦୦ ଟଙ୍କିଆ ନୋଟ ବଦଳାଇଲେ ଦେବାକୁ ପଡ଼ିବ ଚାର୍ଜ! ଲାଗୁ ହେବାକୁ ଯାଉଛି ନୂଆ ନିୟମ, ଗ୍ରାହକଙ୍କୁ ଦେବାକୁ ପଡ଼ିବ GST

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ୨୦୦୦ ଟଙ୍କିଆ ନୋଟ ବନ୍ଦ ନିଷ୍ପତ୍ତି ନେଇଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ମେ ମାସ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ନୋଟକୁ ବଦଳାଇ ହେବ ବୋଲି କୁହାଯାଇଥିଲା । ତେବେ ଏହାପରେ ନୋଟ ବଦଳାଇବାକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ତେଣୁ ଏଥିପାଇଁ କୌଣସି ଫର୍ମ ଭରିବାକୁ ପଡ଼ିବ ନାହିଁ କି କୌଣସି ପରିଚୟ ପତ୍ରର ଆବଶ୍ୟକତା ନାହିଁ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ସୂଚନା ଦିଆଯାଇଥିଲା ।

ତେବେ ଏହା ମଧ୍ୟରେ ନୋଟ ବଦଳାଇବାକୁ ନେଇ ପୁଣି ଥରେ ଆସିଛି ଏକ ବଡ଼ ଖବର । ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଚାର୍ଜ ଲାଗୁ କରିବାକୁ କିଛି ବ୍ୟାଙ୍କ ଦାବି କରିଛନ୍ତି । ଜଣେ ବ୍ୟକ୍ତି ମାଗଣାରେ କେତେଥର ନୋଟ ଏକ୍ସଚେଞ୍ଜ କରିପାରିବ, ପରବର୍ତ୍ତୀ ସମୟରେ ବ୍ୟାଙ୍କ ଲୋକଙ୍କଠାରୁ କେତେ ଟଙ୍କା ଚାର୍ଜ ନେବ ସେନେଇ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ଗୋଟିଏ ମାସରେ ଲୋକମାନେ କେବଳ ୩ ଥର ମାଗଣା ନଗଦ ଜମା କରିପାରିବେ । ଏହାପରେ ଏସବିଆଇ ୫୦ ଟଙ୍କା ଓ ଜିଏସଟି ଚାର୍ଜ ନେବ । ସେହିପରି ଡେବିଟ୍ କାର୍ଡରେ ଜମା କରିବା ପାଇଁ ୨୨ ଟଙ୍କା ସହ ଜିଏସଟି ଲାଗିବ ବୋଲି କୁହାଯାଇଛି । ଏଚଡିଏଫସି ବ୍ୟାଙ୍କ ମାସକୁ ୪ଟି ମାଗଣା ସେବା ଦେବା ପରେ ୧୫୦ ଟଙ୍କା ଚାର୍ଜ ନେବ । ଗ୍ରାହକମାନେ ମାସକୁ ୨ ଲକ୍ଷ ଟଙ୍କା ଜମା କରିପାରିବେ । ଏହାପରେ ଟିକସ ଦେବାକୁ ପଡ଼ିବ । ସେହିପରି ଆଇସିଆଇସିଆଇ ମଧ୍ୟ ମାସକୁ ୪ଟି ମାଗଣା ସେବା ଦେବ । ଏହାପରେ ଗ୍ରାହକମାନେ ୧୦୦୦ ଟଙ୍କା ପାଇଁ ୫ରୁ ୧୫୦ ଟଙ୍କା ଚାର୍ଜ ଦେବେ । କୋଟାକ ମହିନ୍ଦ୍ରା ବ୍ୟାଙ୍କ ପ୍ରତି ମାସରେ ୫ଟି ମାଗଣା ସେବା ଦେବ । ଏହି ସୀମା ପରେ ବ୍ୟାଙ୍କ ୧୫୦ ଟଙ୍କା ଚାର୍ଜ ଆଦାୟ କରିବ ।

Get real time updates directly on you device, subscribe now.