fbpx

ମାତ୍ର ୧୦ ଟଙ୍କାରେ ଭଲ ହେବ ମଧୁମେହ ରୋଗ ! ଏବେ ଠାରୁ ଆରମ୍ଭ କରନ୍ତୁ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ମଧୁମେହ ରୋଗ ଅତି ସାଧାରଣ ହୋଇଗଲାଣି । ସମଗ୍ର ବିଶ୍ୱରେ କୋଟି କୋଟି ଲୋକ ଏଥିରେ ଶିକାର ହେଉଛନ୍ତି। ଏହା ଏକ ବିପଜ୍ଜନକ ରୋଗ, ଯାହା ଶରୀରରେ ଇନସୁଲିନ୍ ପ୍ରତିରୋଧ କାରଣରୁ ଉତ୍ପନ୍ନ ହୁଏ । ଜେନେଟିକ କାରଣରୁ ଅନେକ ଲୋକ ମଧୁମେହରେ ମଧ୍ୟ ପୀଡିତ ହୁଅନ୍ତି । ଏଥିରେ ପୀଡ଼ିତ ହେଲେ, ଲୋକଙ୍କ ଶରୀରରେ ରକ୍ତ ଶର୍କରା ବୃଦ୍ଧି ପାଇଥାଏ, ଯାହା ସମସ୍ତ ଅଙ୍ଗକୁ ପ୍ରଭାବିତ କରିଥାଏ । ଏହି ରୋଗ ଧୀରେ ଧୀରେ ଶରୀରକୁ ଫମ୍ପା କରିଦିଏ, ତେଣୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ।

ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ କମ୍ ଶର୍କରାଯୁକ୍ତ ଖାଦ୍ୟ, ଭଲ ଜୀବନଶୈଳୀ ଏବଂ ଠିକ୍ ସମୟରେ ଔଷଧ ସେବନ ଅତ୍ୟନ୍ତ କୁରୁତ୍ୱପୂର୍ଣ୍ଣ । ସୁଗାର ନିୟନ୍ତ୍ରଣ କରିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଅନେକ ଲୋକ ଇନସୁଲିନ୍ ର ବ୍ୟବହାର କରନ୍ତି । ତେବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଏହି ରୋଗ ଭଲ ହେବା ପାଇଁ ଘରେ ଥିବା ଏକ ଅତି ସାଧାରଣ ଜିନିଷର ବ୍ୟବହାର କରାଯାଇପାରିବ । ରୋଷେଇ ଘରେ ରଖାଯାଇଥିବା ଏକ ପନିପରିବା ରକ୍ତରେ ଶର୍କରା ନିୟନ୍ତ୍ରଣ କରିପାରିବ । ଅନୁସନ୍ଧାନକାରୀମାନେ ଏହି ପନିପରିବାକୁ ମଧୁମେହକୁ ନିୟନ୍ତ୍ରଣ କରିବାର ସବୁଠାରୁ ଶସ୍ତା ଉପାୟ ବୋଲି ବିବେଚନା କରିଛନ୍ତି ।

ଏକ୍ସପ୍ରେସ ଡଟ୍ କମ୍ ରିପୋର୍ଟ ଅନୁଯାୟୀ, ଆମେରିକାରେ ଏଣ୍ଡୋକ୍ରାଇନ୍ ସୋସାଇଟିର ଅନୁସନ୍ଧାନକାରୀମାନେ ମଧୁମେହକୁ ନିୟନ୍ତ୍ରଣ କରିବାର ଏକ ସହଜ ଉପାୟ ପ୍ରକାଶ କରିଥିଲେ। ମଧୁମେହ ରୋଗୀଙ୍କ ପାଇଁ ପିଆଜ ଅତ୍ୟନ୍ତ ଲାଭଦାୟକ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ରକ୍ତ ଶର୍କରା ୫୦ ପ୍ରତିଶତ ପର୍ୟ୍ୟନ୍ତ ହ୍ରାସ କରାଯାଇପାରେ । ଅନୁସନ୍ଧାନ ଅନୁଯାୟୀ ପିଆଜ ସହଜରେ ଉପଲବ୍ଧ ଏବଂ ଏହାର ମୂଲ୍ୟ ମଧ୍ୟ ଅଧିକ ନୁହେଁ । ଘରେ ପିଆଜ ବ୍ୟବହାର କରି ମଧୁମେହକୁ ନିୟନ୍ତ୍ରଣ କରାଯାଇପାରିବ ।

ଏନେଇ ଏକ ଗବେଷଣା କରାଯାଇଥିଲା ଯାହାର ଫଳାଫଳ ଆଶ୍ଚର୍ୟ୍ୟଜନକ ଥିଲା । କିଛି ସପ୍ତାହ ପାଇଁ ପିଆଜ ରସ ପିଇବା ପରେ, ରକ୍ତରେ ଶର୍କରା ୩୫ ରୁ ୫୦ ପ୍ରତିଶତ ହ୍ରାସ ପାଇଥିଲା । ପିଆଜ ରସ ଦ୍ୱାରା ଓଜନ କମ୍ ମଧ୍ୟ ହୋଇଥାଏ । ଓଜନ ନିୟନ୍ତ୍ରଣ କରିବାରେ ସହାୟକ କରିବା ସହ ପିଆଜ ଗ୍ରୀଷ୍ମ ଋତୁରେ ଉତ୍ତାପରୁ ରକ୍ଷା କରିଥାଏ ଏବଂ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ ।

Get real time updates directly on you device, subscribe now.