fbpx

JDU ପ୍ରଦେଶ ସାଧାରଣ ସମ୍ପାଦକ ଗିରଫ: ମଦ୍ୟପାନ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବ ଓ ୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜକୁ ନେଇ ମାହୋଲ ଜାରି ରହିଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜେଡିୟୁର ପ୍ରଦେଶ ସାଧାରଣ ସମ୍ପାଦକ ସଞ୍ଜୟ ଚୌହାନ ଗିରଫ ହୋଇଛନ୍ତି । ତେବେ ସଞ୍ଜୟ ପ୍ରବଳ ମଦ୍ୟପାନ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ସୂଚନା ମୁତାବକ, ନିଶାସକ୍ତ ଅବସ୍ଥାରେ ସଞ୍ଜୟଙ୍କୁ ପୋଲିସ ଗିରଫ କରିଛି । ଉତ୍ତରପ୍ରଦେଶ-ବିହାରର ସୀମାନ୍ତବର୍ତ୍ତୀ ମୀରଗଞ୍ଜ ଥାନା ପୋଲିସ ଯାଞ୍ଚ ସମୟରେ ସଞ୍ଜୟଙ୍କୁ କାବୁ କରିଥିଲା । ପାଖାପାଖି ୭ ବର୍ଷ ପୂର୍ବରୁ ରାଜ୍ୟରେ ମଦ ନିଷେଧ ଆଇନ ଲାଗୁ ହୋଇଥିଲେ ହେଁ ଏବେ ବି ରାଜ୍ୟରେ ମଦ ତସ୍କରୀ ଦେଖିବାକୁ ମିଳୁଛି । ନିକଟରେ ଏଭଳି ଏକାଧିକ ମାମଲା ସାମ୍ନାକୁ ଆସିଛି ।

ତେବେ ଗୋପାଳଗଞ୍ଜ ଜିଲ୍ଲାରୁ ଆସିଥିବା ଏହି ଘଟଣା ଏବେ ସମସ୍ତଙ୍କୁ ତାଜୁବ କରିଦେଇଛି । ଜେଡିୟୁର ଜଣେ ବଡ଼ ନେତା ମଦ ନିଷେଧ ଆଇନକୁ ଝଟକା ଦେଇଛନ୍ତି । ଏହି ଜେଡିୟୁ ନେତା ଜଣଙ୍କ ପୋଲିସକୁ ସସପେଣ୍ଡ କରିଦେବା ନେଇ ଧମକ ଦେଇଥିବା ମଧ୍ୟ କୁହାଯାଉଛି । ପୂର୍ବରୁ ସଞ୍ଜୟ ଗୋପାଳଗଞ୍ଜରେ ଜେଡିୟୁର ଜିଲ୍ଲା ଅଧ୍ୟକ୍ଷ ରହିଥିଲେ । ସେ ନିଶାସକ୍ତ ଅବସ୍ଥାରେ ୟୁପି ଅଭିମୁଖେ ଯାଉଥିଲେ । ଏହି ସମୟରେ ଯାଞ୍ଚ ସମୟରେ ପୋଲିସ ତାଙ୍କୁ ଧରିଥିଲା ।

Get real time updates directly on you device, subscribe now.