fbpx

ଚିହ୍ନଟ ହେଲା ଦୁଇଟି ନୂଆ ଦୁନିଆ: ନକ୍ସାରେ ସ୍ଥାନ ପାଇଛି ୫୬ ହଜାର ଆକାଶଗଙ୍ଗା

Advertisement

ଭାବନା ପହଞ୍ଚି ପାରୁନଥିବା ଏକ ଦୁନିଆ ହେଉଛି ଆକାଶ ଗଙ୍ଗା । ଯେଉଁ ଦୁନିଆରେ ଘୁରି ବୁଲୁଛନ୍ତିି ଅନେକ ଗ୍ରହ ନକ୍ଷତ୍ର । ଏହି ପୃଥିବୀ ହେଉଛି ଆକାଶ ଗଙ୍ଗାର ଗୋଟିଏ କ୍ଷୁଦ୍ର ଅଂଶ । ତେବେ ଆମ ବ୍ରହ୍ମାଣ୍ଡରେ ଏହି ଭଳି ଅସଂଖ୍ୟ ଆକାଶ ଗଙ୍ଗା ରହିଛନ୍ତି । ଯେଉଁଥିରୁ ମାତ୍ର କିଛି ହଜାର ଆକାଶଗଙ୍ଗାକୁ ନକ୍ସା ମାଧ୍ୟମରେ ବୈଜ୍ଞାନିକମାନେ ବାହାର କରି ଦେଖାଇଛନ୍ତି । ଏବେ ବୈଜ୍ଞାନିକମାନେ ଏହି ଆକାଶଗଙ୍ଗା ଗୁଡିକର ନକ୍ସା ତିଆରି କରିଛନ୍ତି । ଯେଉଁ ନକ୍ସାରେ ରହିଛି ୫୬ ହଜାର ଆକାଶ ଗଙ୍ଗା ।

ପ୍ରଥମ ଥର ପାଇଁ ୫୬ ହଜାର ଆକାଶଗଙ୍ଗାକୁ ନେଇ ଏକ ନକ୍ସା ତିଆରି କରାଯାଇଛି । ଏହି ନକ୍ସାରେ ଆମେ ରହୁଥିବା ଆକାଶଗଙ୍ଗା ଏକ ଛୋଟ ବିନ୍ଦୁ ଭଳି ଦେଖାଯାଉଛି । ତେବେ ୫୬ ହଜାର ଆକାଶଗଙ୍ଗାଙ୍କୁ ନେଇ ତିଆରି ହୋଇଥିବା ନକ୍ସାର ନାମ ହେଉଛି କସ୍ମିକଫ୍ଲୋଜ-୪ । ଏହି ନକ୍ସାଟି ୭୫ କିଲୋମିଟର ପ୍ରତି ସେକେଣ୍ଡ ମାନରେ ତିଆରି କରାଯାଇଛି । ବୈଜ୍ଞାନିକମାନେ ବ୍ରହ୍ମାଣ୍ଡକୁ ମାପିବା ପାଇଁ ଆଠ ପ୍ରକାରର ମାପକୁ ବ୍ୟବହାର କରିଥାନ୍ତି । ଯେଉଁଥିରୁ ଦୁଇଟି ଦୁନିଆ ପୁରା ନୂଆ ରହିଛି । ବାକି ୬ ଟି ପୁରୁଣା ଅଧ୍ୟୟନରୁ ତିଆରି କରାଯାଇଛି । ସବୁ ମାପକୁ ଏକାଠି କରାଯାଇ ଗୋଟିଏ ନୂଆ ମାପଦଣ୍ଡ ସହ ଏହି ନକ୍ସା ତିଆରି କରାଯାଇଛି ।

କସ୍ମିକଫ୍ଲୋଜ୍-୪ ନକ୍ସା ସାହାଯ୍ୟରେ ୫୬ ହଜାର ଆକାଶଗଙ୍ଗା ମଧ୍ୟରେ ଥିବା ବ୍ୟବଧାନକୁ ମପାଯାଇପାରିବ । ଏମାନଙ୍କ ମଧ୍ୟରେ ଥିବା ସାମୁହିକ ଦୁରତାକୁ ବାହାର କରାଯାଇ ପାରିବ । ଏହାସହ ତାଙ୍କର ବଢ଼ି ଚାଲିଥିବା ଗତିକୁ ବି ମପା ଯାଇପାରିବ ବୋଲି କୁହାଯାଉଛି । ହାୱାଇ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ଆର. ବ୍ରେଣ୍ଟ ଟୁଲି କହିଛନ୍ତି ଯେ ବିଭିନ୍ନ ପଦ୍ଧତିକୁ ଅଙ୍କାଯାଇ ଫଳାଫଳକୁ ବିଶ୍ଳେଷଣ କରି ଏହି ନକ୍ସାକୁ ତିଆରି କରାଯାଇଛି । ଏଥିରେ କିଛି ତୃଟି ମଧ୍ୟ ଥାଇପାରେ । କିନ୍ତୁ ଏହା ସବୁଠାରୁ ବଡ଼ ମାନଚିତ୍ର ଏବଂ ସବୁଠାରୁ ଠିକ୍ ମଧ୍ୟ ।

Get real time updates directly on you device, subscribe now.