fbpx

ଆପାର୍ଟମେଣ୍ଟରେ ଲାଗିଲା ଭୀଷଣ ନିଆଁ, ୯ ଶିଶୁ ସମେତ ୧୯ ଜଣଙ୍କ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଏକ ଆପାର୍ଟମେଣ୍ଟରେ ଭୀଷଣ ନିଆଁ ଲାଗି ବଡ଼ ଧରଣର ଅଘଟଣ ଘଟିଯାଇଛି । ରିବାର ଦିନ ଏହି ଆପାର୍ଟମେଣ୍ଟରେ ନିଆଁ ଲାଗିବା ଫଲରେ ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଖବର ପ୍ରକାଶ ପାଇଛି । ଏହିଭଳି ଏକ ଘଟଣା ଘଟିଛି ନ୍ୟୁୟର୍କରେ । ରୟଟର୍ସ ରେ ପ୍ରକାଶ ପାଇଥିବାୂ ଖବର ମୁତାବକ, ଅଗ୍ନିକାଣ୍ଡରେ ପ୍ରାୟ ୧୯ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୯ ଜଣ ଶିଶୁ ରହିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ଏହିପରି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଗଲା ସେନେଇ ଯାଞ୍ଚ ଚାଲିଛି ।

ଅନ୍ୟପଟେ ଏଥିରେ ୩୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କର ଏବେ ଚିକିତ୍ସା ଜାରି ରହିଛି । ନ୍ୟୁୟର୍କରେ ଏହି ଘଟଣାକୁ ଏ ପର୍ଯ୍ୟନ୍ତର ବଡ଼ ଅଗ୍ନିକାଣ୍ଡ ବୋଲି ଦର୍ଶାଯାଇଛି । ଏହି ଘଟଣା ବୋକ୍ସ ଜୁର ପଶ୍ଚିମ ପଟରେ ଥିବା ଏକ ୧୯ ମହଲା ବିଶିଷ୍ଟ ବିଲ୍ଡିଂରେ ହୋଇଛି । ନିଆଁ ରବିବାର ଦିନ ୧୧ଟା ସମୟରେ ଦ୍ୱିତୀୟ ଓ ତୃତୀୟ ମହଲାରେ ଲାଗିଯାଇଥିଲା । ନିଆଁ ଲାଗିବା ଖବର ମିଳିବା ପରେ ୨୦୦ଟି ଅଗ୍ନିଶମ ଗାଡ଼ି ପହଞ୍ଚିଥିଲା ।

Get real time updates directly on you device, subscribe now.